STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ଖାଲି ଥରୁଟିଏ ଆସ

ଖାଲି ଥରୁଟିଏ ଆସ

1 min
617



ଏଇ...

ଥରେ ଆସନା...

ପାହାନ୍ତି ପ୍ରହରୁ ମହୁଲି କାକର ରେ..

ଅପଲକ ନୟନେ

ପଥପ୍ରାନ୍ତେ ବସିଛି ମୁଁ ତୁମ ଅପେକ୍ଷାରେ..

ହୃଦୟ ଗଳି କନ୍ଧି ଦେଇ

ବିଲ-ବଣ-ନଇ-ପାହାଡ-ପର୍ବତ ଡେଇଁ

କେତେ ଆଉ ଦୌଡିବ..??

ଭାବନା ରେଳ ଗାଡି

ଷ୍ଟେସନ ଛାଡିବା ଆଗରୁ

ଖାଲି ଥରୁଟିଏ

ଓହ୍ଲାଇ ଆସନା

ହିମାଳୟ ତୁଙ୍ଗ ଶୀଖର ରୁ...

ଭାବୁଛ କି..

ତୁମେ ଆସି ଗଲେ

ଫୁଲ ସବୁ ଜଳିଯିବେ ଲାଜ ସରମ ରେ..

ରାସ୍ତା କଡ

ବତୀ ସବୁ ନଇଁ ଯିବେ ତୁମ

ତେଜୋଦ୍ଦୀପ୍ତ ଉଜ୍ଜଳ ରେ....

ପଥ ସବୁ ଭାଙ୍ଗି ଯିବେ

ପାଦ ପିନ୍ଧା ପାଉଁଜି ଶବ୍ଦ ରେ...

ତଥାପି...

ଥରୁଟେ ଆସନା...

ବ୍ୟସ୍ତତା ଜୀବନେ ମୋର

ଚଢିଲାଣି ବାଲିଚର..

ଅଦିନିଆ ବର୍ଷା ସାଜି

ଆଜି

ମୋ ଲେଖନୀ ମୁନରୁ ଝର...

ଲୋଡାନାହିଁ ମୋତେ ତୁମ

ସଂସ୍କାର ଗହଣା, ରାଜକୀୟ ପରମ୍ପରା

ଅଳଙ୍କୃତ ବେଶଭୂଷା

ଅବା ଆନ କିଛି...

ବାସ୍..

ମୋତେ ଦରକାର..

ତୁମ..

ନମନୀୟ ମନ,କମନୀୟ କାନ୍ତି ଚିରି

ଫୁଟି ଉଠୁଥିବା

ଲାଲ୍ ଗୋଲାପ ର ହସ କିରି କିରି...

ଖାଲି

ଥରୁଟିଏ ଆଜି ଝରୁ..

ଝରି ଝରି ଭିଜି ଭିଜେଇ ହସୁଥାଉ

ଶବ୍ଦ ର ଏ ଗହଳି ଭିତରୁ...

ଏଇ...

ତୁମେ ଆସିବ ନା...??


×-×-×-×-×-×-×-×-×-×-×

ଶିବ ଚରଣ ମହାପାତ୍ର

ଚକ୍ରଧରପୁର : କେନ୍ଦୁଝର


Rate this content
Log in