Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଖାଲି କିଛି-------ଅନୁଶୋଚନା ।

ଖାଲି କିଛି-------ଅନୁଶୋଚନା ।

1 min
6.5K


  • ଖାଲି କିଛି-------ଅନୁଶୋଚନା ।

    ଜୀବନ ! ତୋ ପାଇଁ ମୋର ନାହିଁ କିଛି ଅନୁଶୋଚନା ତୋ ଠାରୁ ଅବା ଆଉ କିଏ ? ଅଛି ଖୁଵ ସୁନ୍ଦର , ଖାଲି ଏତିକି ମୋର କହିବାର ବାକି ଅଛି ତମେ ସାଥୀ କାହିଁକି ? ମୋ ସହ ହେଉ ନାହଁ କଥା । (୧)

    ତମେ ଜାଣି ନାହଁ କି ? ପ୍ରତି ରାତିରେ ମରି ପ୍ରତି ସକାଳେ ବଞ୍ଚି ଉଠେ ଏଠି ତମ ବିନା ଜୀବନ , ମରିଯାଇ ବି ତମକୁ ଭୁଲି ପାରିନି କେବେ ବିଡ଼ମ୍ବନା ଖାଲି ଏତିକି ବଞ୍ଚିଥିବା ସମୟରେ ହୋଇ ପାରିଲି ନି ତମର ସମୟବି ପାରିଲାନି ଭରି ତମେ ଦେଇ ଥିବା କ୍ଷତ , ଆଜି ବି ଏ କଥା ଭାବୁଛି ,କାହିଁକି ? ତମ ହୃଦୟେ ନାହିଁ ଆନ୍ଦୋଳନ, ଜୀବନ କୁ ମୋର ପ୍ରାଥନା ଏତିକି ତୁମ ସହ କଟି ଯାଉ ବାକି ରହି ଯାଇଛି ଯେତେ ସମୟ । (୨)

    ହେ ------------------ ମୋ ଝରୁଥିବା ଆଖିର ଶ୍ରାବଣୀ କିଛିତ ଚେନାଏ ହସ ମତେ ଦେଇ ଦିଅ, ନିଃସଙ୍ଗତା ହେଲାଣି ଏବେ ଦୁର୍ବିସହ ବୁଝି ବି ଆବୁଝା ତମେ ବାକି ରହିଗଲା ତମଲାଗି ମୋର ଏ ଖାଲି କିଛି""ଅନୁଶୋଚନା ""(୩)।

    ରାମ ପ୍ରସାଦ ବିଶୋଇ (କାଶ୍ୟପ) ସକାଳ-୮-୫୫ ମି, ତା-୨-୦୬-୧୬ , ରାୟଗଡ଼ା ।

     
     


Rate this content
Log in