STORYMIRROR

Dr Baman Chandra Dixit

Others

3  

Dr Baman Chandra Dixit

Others

ଖାଗପତି

ଖାଗପତି

1 min
225

ଖଗ ପତି ଘେନ ମୋର ଜଣାଣ

କ୍ଷୀର ସିନ୍ଧୁ ଜେମା ଜୀଵ ରତନ

ଖସଡ଼ା ବଡ଼ ଏ ଜୀବନ ପଥ

କ୍ଷଣିକ ମୋହେ ମାନବ ମୋହିତ

ଖାଣ୍ଡଵ ଦାହୁ ତାରିଛ ପାଣ୍ଡବେ

ଖଣ୍ଡ ମୋ ଦୁର୍ଦଣ୍ଡ ଦୁର୍ଗତି ଲବେ

ଖସି ଖସି ଯାଏ ପିଣ୍ଡୁ ଆୟୁଷ

ଖୋଜେ କ୍ଷୀଣ ତନୁ ତବ ଆଶିଷ

କ୍ଷୀର ସିନ୍ଧୁ ମଧ୍ୟେ ଅନନ୍ତ ଶେଜ

କ୍ଷରେ ମକରନ୍ଦ ପଦ ଅମ୍ବୁଜ ।।

ଖାଇ ଯାଏ କୂଳ ଜୁଆର ଯେହ୍ନେ

ଖସି ଯିବ ପିଣ୍ଡୁ ପରାଣ ଦିନେ ।।

ଖଣିରୁ ରତନ ମଣୀ ଖୋଜୁଛି

ଖାଲି ହାତ ଭରି ଦିଅ ଶ୍ରୀପତି ।।

ଖର ଦୁଷଣକୁ କଲ ତାରଣ

ଖାଲି ମୋ ପାଇଁ କି କୃପା ବାରଣ

ଖଣ୍ଡିତ ବାହୁ ବହୁ ମୋ ଦୁଃଖ ରାଶି

ଖଣ୍ଡ ଯେସନେ ଜଳେ ନକ୍ରକୁ ନାଶି

କ୍ଷମ ଦୋଷ ମୋର କମଳା ପତି

ଖାଲି ତବ ପାଦେ ଥାଉ ମୋ ମତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍