STORYMIRROR

Prasanta kumar Hota

Others

2  

Prasanta kumar Hota

Others

ଖାଦ୍ୟ ଖାଦକର ହିଁସାରେ

ଖାଦ୍ୟ ଖାଦକର ହିଁସାରେ

1 min
237


ଖାଦ୍ୟ ସଦାବେଳେ ଖାଦକ ହିଂସାରେ

ମାନସ ବଚନ ଅବା ଭୋଜନରେ

ଯେ କୌଣସି ସ୍ଥିତିରେ

ବଳ ଯାହାର ମୂଲ ତାହାର

ସଂସ୍କାର ଆଇନି ତା ବାଟରେ

ଧରା ପଡିଗଲା ପରେ


ମୁଁ କାନ୍ଦୁନି ଆଉ ଡଷ୍ଟବିନ ଭିତରେ

ମୁଁ ବୁଝି ସାରିଛି ତାର ବେଦନା

ସେ ବି ତ ଜଣେ ନାରୀ

କହିବାକୁ ନାହିଁ ସିନା ଶକ୍ତି

ମାତୃପଣ ସାଜିଛି ଦୂର୍ଗତି

ଅସହାୟା ଦୁର୍ବଳା ବିଚାରି


ଯୌବନରେ ମୋର ମୂଲ୍ୟ ବଢିଯାଏ

ସମସ୍ତେ ହୋଇ ଯାଆନ୍ତି ପ୍ରିୟ

ପ୍ରତି କଥା ମୋର ଯାଏ ଆଦରରେ

ନିର୍ଯ୍ୟାତିତା ହୁଏ ନାହିଁ ଆଉ

ଅସହାୟା ଲାଗୁନାହିଁ ଆଉ

ତଥାପି ମୋ ରାସ୍ତା ଯୌତୁକ ଜୁଈରେ


ନିରାଶ୍ରୟ ହେଲେ ଦିଅନ୍ତି ନିର୍ଭୟ

ବଡପଣ୍ଡା ମାନେ ଆଣନ୍ତି ଆଶ୍ରୟ

ପାଇବାକୁ ଦେହର ପିପାସା

ନିର୍ଭୟରେ ଦେବି ବୋଲି ଅପେକ୍ଷାରେ

ଆଶା ଟିକେ ଯାହା ଚିରିବାକୁ ବସ୍ତ୍ର

ମେଣ୍ଟାଇବେ ଏ ଦେହ ଲାଳସା


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍