STORYMIRROR

Gelamani Pradhan

Others

3  

Gelamani Pradhan

Others

କେଉଁଠି ଧ୍ୟାନ

କେଉଁଠି ଧ୍ୟାନ

1 min
151


ତମେ ଜାଣିଛ

ତମେ ଶୁଣିଛ

    କାହିଁ କାନ୍ଦିଲି ମୁଁ...

ବିଶ୍ଵାସ ନୁହଁ

ଭରଷା ନୁହଁ

    ସବୁଠୁ ପର ମୁଁ...

ଦିନ କି ରାତି

ମୋ ପାଇଁ ନୀତି

     ଝୁରି ହୋଉଛୁ ତୁ...

ଗୋଟିଏ ପ୍ରଶ୍ନ

ଉତ୍ତର ଭିନ୍ନ

       ପଚାରୁ କେବେ ତୁ...

ଅବୁଝା ମନ

କେଉଁଠି ଧ୍ୟାନ

       ଜାଣି ପାରୁନି ମୁଁ...

ଭାବ ଅଧୂରା

ହୃଦେ ବଧିରା

        ଜାଣିଛି ଖାଲି ମୁଁ...

କାହାକୁ କହି

ବାଟ ଚାଲିବି

       ନିଜକୁ ପଚାରେ...

କଷ୍ଟକୁ ରଖି

ଏହି ଜୀବନେ

      ସମୟ କଟେରେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍