Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamlesh Patel

Others

4.5  

Kamlesh Patel

Others

କେତେ ରଂଗର ଜୀବନ

କେତେ ରଂଗର ଜୀବନ

1 min
206



ଓଠ କିଆରୀରୁ ହସର ଫସଲ ଯେବେ
ଝଡିଗଲେ ପ୍ରୀତିଚୁମ୍ବନ ବି ଲାଗେ ଫିକା
ପ୍ରାଣେ ପୁଲକିତ ସଦା ସୁଖ- ସଉରଭେ
ମରୀଚିକା ବୁକେ କରୁଣ କବିତା ଲେଖା ||

ସୁଖ ସାହାନାଇ ସୁର କୁଳୁକୁଳୁ ବାରି
ଅନୁରାଗ ଭରେ ମଗନ ମନର ତଳେ
ସୁନା ସଂଗୀତ ସପନର ଛାତି ଚିରି
ହଜିଯାଏ କ୍ଷଣେ ବାସ୍ତବର କୋଳାହଳେ ||

ସରାଗେ ସରଗ ପୁଲକ ପଣର କ୍ଷଣ
ଆଶା ଆସରରେ କେତେ ରଂଗ ଅନୁରାଗେ
ମନ ମଧୁବନେ ଖେଳିଯାଏ ଗୁଂଜରଣ
ଫିକା ଫଗୁଣେ ବି ସୁଖ ପ୍ଲାବେ ଚଉଦିଗେ ||

ସୁଖେ ସୁଖ ଲାଗେ ଜୀବନରେ, ପୁଣି ଯେବେ-
ଶୋକର ଜୁଆରେ; ହୃଦୟେ କଂପନ ଜାଗେ ||

କମଳେଶ୍ ପଟେଲ


Rate this content
Log in