STORYMIRROR

Prasanta kumar Hota

Others

2  

Prasanta kumar Hota

Others

କେତେ ପୂଣ୍ୟ ଥିଲା ଏଦିନ ତିଥିରେ

କେତେ ପୂଣ୍ୟ ଥିଲା ଏଦିନ ତିଥିରେ

1 min
283


କେତେ ପୂଣ୍ୟ ଥିଲା ଏଦିନ ତିଥିରେ

ଆସିଲ ଜନମ ନେଇ

ଭାରତ ବର୍ଷକୁ ଦେଲ ତୁମେ ଦିଶା

ତୁମ ପରି ନେତା କାହିଁ


ହେ ବୀର ନେତାଜୀ କହିଗଲ ଗର୍ଜି

ରକ୍ତ ତୁମ ମୋତେ ଦିଅ

ତୁମ ସ୍ଵାଧୀନତା ତୁମକୁ ମୁଁ ଦେବି

ବୀର ବାକ୍ୟ ନିଃସନ୍ଦେହ।


ଦାମ୍ଭିକ ପଣରେ ମାଗିଥିଲ ରକ୍ତ

ଦେବା ପାଇଁ ସ୍ଵାଧୀନତା

ଚକିତ ହୋଇଲା ବିଶ୍ୱ ସମୁଦାୟ

ଉଦବୁଦ୍ଧ କଲା ବାର୍ତ୍ତା


ଉନ୍ମାଦ ଆଣିଲ ଭାରତ ଭୂମିରେ

ବିଦେଶ ମାଟିରେ ରହି

ଗଢିଲ ଆଜାଦ ହିନ୍ଦ ଫଉଜକୁ

ଫିରଙ୍ଗି ଡାକିଲା ତ୍ରାହି


ହେ ବୀର ସୁଭାଷ ହୋଇ ପରବାସ

ଦେଲ ତୁମେ ଯୁଦ୍ଧ ଗତି

ଦିଲ୍ଲୀ ଚଲୋ ଦେଲ ଡାକରା ଦୂରରୁ

ଥରିଗଲା ଶତ୍ରୁ ଛାତି।


ଗୋରା ଫୋଉଜର ହୁକୁମ ନମାନି

ଛାଡିଥିଲ ଦେଶ ମାଟି

ବହ୍ନି ଭାଷ ତୁମ ହେଲା ଅଗ୍ନି ସମ

ବିଦେଶ ଭରିଲା ମୁଠି


ଜାପାନ ଜର୍ମାନ ବରମା ରେଙ୍ଗୁନ

କେତେ କେତେ ଦେଶ ଜାତି

ଦେଖିଲେ ତୁମର ସାହସ ସଉର୍ଯ୍ୟ

କେତେ ଥିଲା ତୁମ ତାତି


ଦୁର୍ଘଟଣା ଦେଲା ଭିନ୍ନ ଭିନ୍ନ ମତ

ରହିଗଲ ଗୁପ୍ତ ହୋଇ

ନେତାଜୀ ନାମରେ ରହିଗଲ ତୁମେ

ନିନ୍ଦା ଯାର କେବେ ନାହିଁ ।


କେହି ଜାଣିଲେନି ତୁମ ଶେଷ କୃତ୍ୟ

କେତେ ଅବଶୋଷ ବୋହି

ଦେଶ ପାଇଁ ନିଷ୍ଠା ଦେଇ ଗଲ ଯାହା

କାଳ କାଳ ଗଲା ରହି


ଵଢାଇଲ ତୁମେ ଦେଶର ଗୌରବ

ନେତାଜୀ ଜଗତ ସାର

ସଲାମ କରୁଛୁ ଆଜିର ଦିନରେ

ସ୍ମରଣୀୟ ତୁମେ ଚିର।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍