STORYMIRROR

Narayan chandra Senapati

Others

3  

Narayan chandra Senapati

Others

କେତେ ଓଜନ ସେ ଶିକ୍ଷା

କେତେ ଓଜନ ସେ ଶିକ୍ଷା

1 min
306


ବିଦ୍ୟାଧନ ପରି ମହାଧନ ବାବୁ

ଏ ସଂସାର ଭିତରେ ନାହିଁ,

ଯେତେ ବାଣ୍ଟୁଥିଲେ ସେତେ ବଢୁଥାଏ

ଆକାଶକୁ ଛୁଇଁ ଛୁଇଁ ।୧।


ଶିକ୍ଷାର ପ୍ରଦୀପ କେତେ ତେଜିୟାନ

ଜଳୁଥାଏ ଦିବାନିଶି,

ଯେତେ ଝଡ଼ ଆସୁ ପାରେନା ଲିଭାଇ

ନାଚୁଥାଏ ହସି ହସି ।୨।


ଟଙ୍କା ବଳେ ଜନ କିଣେ ସବୁ କିଛି

ପୃଥିବୀ ଠାରୁ ଆକାଶ,

ଦୁର୍ଲଭ ଶିକ୍ଷାକୁ ପାରେନାହିଁ କିଣି

ଲାଗିଲେ ସହସ୍ର ବର୍ଷ ।୩।


ମାପିବାକୁ ମାପ ଫିତାଟିଏ ନାହିଁ

କଳିବାକୁ କି କଳ୍ପନା,

ଏମିତି ବିଶାଳ ମହାଦ୍ରୁମଟିଏ 

କରିହୁଏନା ବର୍ଣ୍ଣନା ।୪।


ଗଢେ ସେ ସଭ୍ୟତା,ବଞ୍ଚାଏ ସଂସ୍କୃତି

ବାଣ୍ଟେ ଶୃଙ୍ଖଳା ଆନନ୍ଦ,

ସୁସ୍ଥ କ୍ଷମ ଶ୍ରେଷ୍ଠ ଗଢେ ତା ହାତରେ

କି ଯାଦୁକାରୀ ଛନ୍ଦ  ।୫।


ଅନ୍ଧ ପାରେ ଦେଖି ଜଡ଼ପାରେ ବକି

ବଧିର ଶୁଣଇ କଥା

ଅଦ୍ଭୁତ କୁହୁକୀ ପରୀଟିଏ ତୁହି

ଜ୍ଞାନରେ ଭରା ତା ମଥା ।୬।


ସାଗର ଗରଭୁ ତୋଳି ଆଣେ ମୁକ୍ତା

ଜହ୍ନଠୁ ଆଣେ ଜୋଛନା

ଧରଣୀ ରାଣୀଠୁ ଖାଦ୍ୟ ବସ୍ତ୍ର ବାସ

ଅଦ୍ଭୁତ ନବ ସର୍ଜନା  ।୭।


ଥକିଯାଏ ସୁର୍ଯ୍ୟ କାନ୍ଦେ ପରିବାର

ହରାଇ ସ୍ବାଧୀନତା

ପ୍ରକୃତିକୁ ଛୁଇଁ ଆଙ୍ଗୁଳି ଟିପରେ

ଶିକ୍ଷା ଦେଖାଏ କ୍ଷମତା ।୮।


ପରିଚୟ ଦିଏ ବାଣ୍ଟେ ସେ ଉପାଧି

ଆଙ୍କେ ସୁନାମର ଚିତ୍ର

ସଫଳ ଶ୍ରମିକ ସାଜି ପାଗ ବାନ୍ଧେ

ପବିତ୍ର କରଇ ନେତ୍ର ।୯।


ଗର୍ବୀ ଅହଙ୍କାରୀ ଅର୍ଥ ଲୋଭେ କହେ

ସବୁ ପାଇବି ମୁଁ କିଣି

ତ୍ରିଭୁବନେ କା'ର ଅଛି କି ତାକତ

ଶିକ୍ଷା ଅଣୁକୁ ପାରିବ ଗଣି ।୧୦।


ଆଶଙ୍କା ଉପୁଜେ ତା କଥା ଭାବିଲେ

କେଡେ ଓଜନ ସେ ଶିକ୍ଷା

ଭାଙ୍ଗିଯିବ ପାଲା ଛିଣ୍ଡିବ ନିକିତି

ଅର୍ଥ କହେ କର ରକ୍ଷା  ।୧୧।


ଦୁର୍ଲଭ ଶିଶୁକୁ ତୁଳନା କରନା

ଅର୍ଥ ସାଥେ,କହେ ଶିକ୍ଷା,

ମୂଲ୍ୟବୋଧ ପରା ମୁଲ୍ୟଠାରୁ ଭାରି

ନିକିତି ଗଣିବ ଶଙ୍କା ।୧୨। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍