STORYMIRROR

Prasanta kumar Hota

Others

2  

Prasanta kumar Hota

Others

କେତେ ମନ କଥା

କେତେ ମନ କଥା

1 min
13.4K


କେତେ ମନ କଥା ରଖିଛି ସାଇତି

କହିବି କହିବି ହୁଏ

ମନତଳେ ଯେତେ ଚାପି ରହିଯାଏ

ଗୋପନେ ଗୁମୁରୁ ଥାଏ


କେତେ ବ୍ୟଥା କେତେ ଅନ୍ତର ଭେଦିଛି

ସବୁକି ପ୍ରକାଶି ହୁଏ

ତଥାପି ଏ ମନ ଧଇର୍ଯ୍ୟ ଧରିଛି

ଜୀବନ ଜଞାଳ ରାହେ


କହିଛନ୍ତି ପରା ମଣିଷ ପ୍ରକୃତି

ସ୍ଵାର୍ଥରୁ ଚିହ୍ନିବ ଜାଣି

ହସର ପରଶା ହୃଦୟର ଭାଷା

ମଧୁ ଦିଏ ମୃଦୁ ବାଣୀ


ଆଚାର ଆଦର ଅମୂଲ୍ୟ ଅତର

ଦେଉଥାଏ ଯିଏ ଆଶା

ତାସାଙ୍ଗେ ବିଚାର ବିଭବ ବିଶେଷ

ଭାବ ଥିଲେ ଭରେ ନିଶା


ଖୋଜୁଥାଏ ମନ ଦରଦୀ ବନ୍ଧୁଟେ

ପାଇବ ପାଖରେ ବୋଲି

ରାହା ଦେଖିଥାଏ କେତେ ଆଶାଧରି

ମନ ପେଡି ଦେବ ଖୋଲି


ଲବେ ଲବେ ଦୟା ଭରିଛି ହୃଦୟେ

ଦେଇପାରେ ଯେଉଁ ନର

ସେ ସିନା ଜଗତେ ହେବ ବୋଲି ହିତେ

ହେଉଛି ଏତେ ଆତୁର


ପାଆନ୍ତି କି ସତେ ବନ୍ଧୁଟେ ଏପରି

ନର ହେଉ ଅବା ନାରୀ

ମନକଥା ଯାହା ସାଇତି ରଖିଛି

ଖୋଲୁଥାନ୍ତି ହୃଦ ଭରି


ଭାବୁଥାନ୍ତି ମୋତେ ଦେଇଛନ୍ତି ପ୍ରଭୁ

ବନ୍ଧୁରୁପେ ଭଗବାନ

ଯଥା ପାର୍ଥ ନିତ୍ୟ ପାଉଥିଲେ ପଥ

ପାଇ କୃଷ୍ଣ ନାରାୟଣ


କହୁଚକି ପ୍ରଭୁ ମୋ ଜନ୍ମ ଅକାର

ମୋହେ ଥିଲେ ପାରାବାର

ମୋହ ପାଇଁ ସିନା ସଂସାର ସାକାର

ମୋହ ବିନା ଛାରଖାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍