STORYMIRROR

Prasanta kumar Hota

Others

2  

Prasanta kumar Hota

Others

କେତେ ଛନ୍ଦି ହେବି

କେତେ ଛନ୍ଦି ହେବି

1 min
480


କେତେ ଛନ୍ଦି ହେବି ତୋ ଛନ୍ଦା ପୟରେ

ହେଲିଣି ମୁଁ ରୁନ୍ଧି ରୁନ୍ଧି

ରହୁ ନାହିଁ ଆଉ ମନ ମୋ ସଂସାରେ

ବିଷୟା ବିଷରେ ଛନ୍ଦି।


ନିନ୍ଦା ପରଶଂସା ନକରେ ନୀରସା

ଦେଇଛତ ଦୟାମତେ

ନାହିଁ ମୋର ଦୁଃଖ ଉଣା ବେଶୀ ବୋଲି

କରମ ତ ଭାଗ୍ୟ କୃତେ


ଘେନିଛି ଆନନ୍ଦ ହୋଇ ମହାନନ୍ଦ

ଭାବି ଭାବି ତୋତେ ମନେ

ଏମନ ତୋଠାରେ ରହିଥାଉ ପ୍ରଭୁ

ତୋର ଦିଆ ଅପଘନେ।


ଦର୍ଶନରେ ତୋତେ ଦେଖୁଥାଏ ଯେବେ

ଦେଖେ ଝରେ ମକରନ୍ଦ

ଚିନ୍ତନରେ ତୁମ ଚିନ୍ତାରୁଢ ହେଲେ

ମିଳୁଥାଏ ସଦାନନ୍ଦ।


ରହିଥାଉ ଚିତ୍ତ ପୟରେ ତୋହର

ରହିଥାଉ ଆଶ୍ରା କରି

ନପାଇଲେ ନାହିଁ ଡାକୁଥିବି ତୋତେ

ଜନ୍ମ ଜନ୍ମାନ୍ତର ଧରି


ଏତିକି ମିନତି କରୁଛି ତୋଠାରେ

ଆହେ ପ୍ରଭୁ ଭଗବାନ

ମୋକର୍ମ ତୋଠାରେ ତୋସେବାରେ ବିତୁ

ଏଜୀବନ ତୋର ଦାନ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍