STORYMIRROR

Prasanta kumar Hota

Others

3  

Prasanta kumar Hota

Others

କେତେ ଭିନ୍ନତା

କେତେ ଭିନ୍ନତା

1 min
12.9K


କେତେ ଭିନ୍ନତା ଓ ଭାବ ପ୍ରବଣତା ନେଇ

ଆସିବାକୁ ହୁଏ କାଳିଆ ପାଖକୁ

କିଛି କ୍ଷଣ ପାଇଁ ମନେ ହୁଏ

ମୁଁ ଯେମିତି ବହୁତ୍ ସାତ୍ତ୍ଵିକ

ମୁଁ ଯେମିତି ବହୁତ ଧାର୍ମିକ

ମୁଁ ଭକ୍ତ, ପ୍ରଭୁଙ୍କ ନିକଟସ୍ଥ

ହେଲେ କଣ ହେବ

ଫିକା ପଡିଯାଏ

ଯେତେବେଳେ ଦେଖେ ମୋପରି ସମସ୍ତେ


ଧିରେ ଧିରେ ବସାବାନ୍ଧେ ଉଦ୍ଭଟ ମାନସିକତା

ସତେ ଏ କାଳିଆ ପାଖରେ କେତେ ଗହଳି

ବଳିଆ ଆଡେ ଚାହିଁ ଦେଖେ

ଚୁପଚାପ ବସିଛି ଶାନ୍ତ ମୁଦ୍ରାରେ

ଏଠି ବୋଧେ ଗହଳି ନାହିଁ

ପୁରା ଫାଙ୍କା

ଗୁହାରି ଏଇଠି କରିବି

ଦେଖିଲି ନେତ୍ର ପୁରାଇ

କହିଦେଲି ଯାହା ଇଚ୍ଛା ଥିଲା


ଉଠିଲା ବେଳକୁ ମାଆଙ୍କ ଆଖି ପଡିଗଲା

ଯେମିତିକି କହୁଛନ୍ତି ମୋତେ କିଛି ପଚାରିବୁନି

ଭାବିଲି ବଳବନ୍ତ ଜ୍ୟେଷ୍ଠ ଭ୍ରାତା

ପୁଣି ସେହି କଥା କହିବି

କଣ ଭାବିବେ! ନିଜକୁ ଅପାରଗ

ସାମର୍ଥ୍ୟ ରେ ପ୍ରଶ୍ନବାଚୀ ନୁହେଁ ତ

କ୍ରୋଧ କରିବେନି ତ

ନକହିଲେ ମା ରାଗିବେନି ତ!


ଦ୍ଵନ୍ଦ୍ଵର କୁହେଳିକାରେ ଭାବୁ ଭାବୁ

ପୁଣି ଅଟକି ଗଲି

କହିଦେଲି ବଡଭାଇଙ୍କି କହିଛି

ଆପଣଙ୍କୁ ଲାଗିଲା

ମୋ କଥା ବୁଝିବେ

ନିଜ ଚାତୁର୍ଯ୍ୟରେ ଖୁସି ହେଇଗଲି

କାଳିଆକୁ ଆଉଥରେ ଦେଖିଲି

ସେ କିନ୍ତୁ ହସୁଥିଲା

ମୁଁ ବଲ୍ ବଲ୍ କରି ଅନାଇଥିଲି


ପ୍ରଶାନ୍ତ କୁମାର ହୋତା


Rate this content
Log in