STORYMIRROR

K. Nirmal

Others Tragedy

2  

K. Nirmal

Others Tragedy

କେତେ ଭିନ୍ନ ସତେ ଦେଖ

କେତେ ଭିନ୍ନ ସତେ ଦେଖ

1 min
14.1K


ପୁଣ୍ୟ ର ଆଶାରେ ବଡ଼ ବଡିଏ ତ,

ମନ୍ଦିରେ କରନ୍ତି ଦାନ,

ଭୋକରେ ଗରିବ କାନ୍ଦି ମରେ କରି,

ପ୍ରଭୁ ପାଦେ ଅଭିମାନ।୧।


ଜାଡରେ ଥରୁଛି ଗରିବ ପଞ୍ଜରା,

ରାଜ ରାସ୍ତା ତାର ଘର..।

ଧନୀ ଘରେ ପରା ସଦା ବସନ୍ତ ଲୋ,

ସତେକି ସରଗ ପୁର ।୨।


ଦାନ କରିବାକୁ ଇଛା ଯଦି ତୁମ,

ଗରିବଙ୍କ ବୁଝ ଦୁଃଖ ,

ମଣିଷ ହେଲେ ବି ତୁମ ତା ଭିତରେ,

କେତେ ଭିନ୍ନ ସତେ ଦେଖ..॥।୩।


କୋଟି ପତି ବୋଲି କୋଟିଏ ଥୋଉଛ,

କାଠ ପାଷାଣର ପାଦେ,

ସକଳ ଘଟରେ କାନ୍ଦନ୍ତି ସେ ପ୍ରଭୁ,

ଅତ୍ମାକୁ କିବା ନ ବାଧେ ।୪।


ଖାଇବାକୁ ପରା ଦାନାଟିଏ ନାହିଁ,

ବାଳୁତ କାନ୍ଦେ ଉପାଶେ,

ଅହରହ ଜଳେ ପେଟ ତଳେ ନିଆଁ,

ଜୀଅନ୍ତି କା' ଦାନ ଆଶେ ।୫।


ଦୟା ମାୟା ସ୍ନେହ ପ୍ରେମ ଠାରୁ ବଳି,

ପୁଣ୍ୟ କି ଅଛି ସଂସାରେ ,

ଅନ୍ନ ବସ୍ତ୍ର ଦେଇ ତୋଷିଲେ ସଭିଙ୍କୁ,

ବସିବ ସରଗ ପୁରେ ।୬।


◆ କେ.ନିର୍ମଳ

◆ ଭଦ୍ରକ,ବାସୁଦେବପୁର(ଜଗନ୍ନାଥି)

◆ ମୋବାଇଲ:-୯୫୬୬୧୧୩୬୦୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍