STORYMIRROR

Prasanta kumar Hota

Others

3  

Prasanta kumar Hota

Others

କେତେ ଭିଆଣ ଯେ ପ୍ରପଞ୍ଚର ମାୟା

କେତେ ଭିଆଣ ଯେ ପ୍ରପଞ୍ଚର ମାୟା

1 min
209


କେତେ ଭିଆଣ ଯେ ପ୍ରପଞ୍ଚର ମାୟା

ନୁହେଁ କାହା ବୋଧଗତ

ସମର୍ପଣ ଭାବ ରଖିଥିଲେ ସିନା

ହେଉଥିବ ସ୍ଵାଧିକୃତ

ଯିଏ ଗଢୁଥାଏ ସିଏ ଭାଙ୍ଗୁଥାଏ

ସୃଜନ ସୃଷ୍ଟିର ଖେଳ

ମଧ୍ୟେ ଅକିଞ୍ଚନ କ୍ରିଡନକ ମାତ୍ର

କରୁଥାଏ କୌତୁହଳ।

ସବୁରି ମୂଳରେ ସେହି ସର୍ବଜ୍ଞାନୀ

ଅଣାକାର ଅନ୍ତର୍ଯ୍ୟାମୀ

ଅନନ୍ତ ଆକାଶ ଅସୀମ ପ୍ରକାଶ

ଅଖିଳ ବ୍ରହ୍ମାଣ୍ଡ ସ୍ଵାମୀ

ପରଂବ୍ରହ୍ମ ସେହି ଜଗତ ଈଶ୍ବର

କରୁଥାଏ ସଦା ହିତ

ରଖିଥିଲେ ଭାବ ଭାବରେ ସ୍ଵଭାବ

ନହୁଏ ଭ୍ରମିତ ଚିତ୍ତ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍