STORYMIRROR

Prasanta kumar Hota

Others

3  

Prasanta kumar Hota

Others

କେତେ ଭାବୁଥିବି

କେତେ ଭାବୁଥିବି

1 min
359


କେତେ ଭାବୁଥିବି ଭାବନାରେ ତୋତେ

ଜିଜ୍ଞାସାରେ ଦିନ ଯାଏ

ଭାବଗ୍ରାହୀ ତୁମେ ଭାବକୁ ତ ଜାଣ

ଭାବ କିବା କହି ହୁଏ ।


ଭବିତବ୍ୟ ମୋର କେତେବା ଅଜ୍ଞାତ

କୁହ ପ୍ରଭୁ ଚକାଡୋଳା

ବଞ୍ଚିବି କିପରି ତୋର କୃପା ବିନା

କୃପାକର ନନ୍ଦ ବାଳା।


ନାହିଁ ମୋର ଇଚ୍ଛା ବଞ୍ଚିବାକୁ ଆଉ

ହୃଦୟ ଖୋଜୁଛି ତୋତେ

କେମିତି ପାଇବି ସାନିଧ୍ୟ ତୋହର

ହେବା ପାଇଁ ହୃଦଗତେ।


ଏ ଭବ ସାଗରେ ଭବ୍ୟ ସୁଆଙ୍ଗରେ

କିପରି ରହିବି କହ

ତୁମ ସ୍ଵର୍ଗ ଦ୍ଵାର ମୋପାଇଁ କି ଦୂର

କେବେ ଯିବ ମୋର ମୋହ।


ଜୀବନରେ କେବେ କିଛି ବି ଖୋଜିନି

ଖୋଜୁଛି ମୁଁ ତୋତେ ସଦା

ତଥାପି କାହିଁକି ଶୁଣୁନାହଁ ମୋତେ

ଦେଉଅଛ ଏତେ ବାଧା।


ସଂସାର କାରଣେ କ୍ରିୟା ପ୍ରକରଣେ

ଗଲି ସିନା ମାୟା ପଥେ

ତୋତେ ତ ଭୁଲିନି ଦୁରେଇ ଯାଇନି

ତୋର ଚିନ୍ତା ମୋର ଚିତ୍ତେ।


ହେଉ ଅକାରଣ ପଛେ ମୋ ମରଣ

ସଜ୍ଞାନରେ ସଦା ଥାଉ

ଏ ଦେହ ଧାରଣ ନହେଉ ଦାରୁଣ

ତୋର ନାମ ତୁଣ୍ଡେ ଥାଉ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍