STORYMIRROR

Rama chandra Pradhan

Others

2  

Rama chandra Pradhan

Others

କେଶରୀ ନନ୍ଦନ

କେଶରୀ ନନ୍ଦନ

1 min
3.1K

କେଶରୀ ନନ୍ଦନ ଜଗତ ବନ୍ଦନ   ବଜରଙ୍ଗୀ ମହାବୀର ହେ ଦୁଃଖ ଭଂଜନ ଭକତ ଜୀବନ    ରାମଦୂତ କପିବର... ତୁମେ ନରସିଂହ ତୁମେ ହୟଗ୍ରୀବ    ରାମଭକ୍ତ ରାମଧନ ତୁମେ ହନୁମାନ ବରାହ ଗରୁଡ଼    ହେପ୍ରଭୁ ରାମରତନ... ଗୋଟିଏ ଓଁ କାରେ ଗୋଟିଏ ହୁଙ୍କାରେ    ଲଙ୍କାକଲ ଛାରଖାର ଉପାଡି ଆଣିଲ ଗନ୍ଧମାର୍ଦ୍ଦନକୁ   ବଳ ତୁମେ ନିର୍ବଳର... ହେ ରାମ ମୋହନ ଅଞ୍ଜନାଙ୍କ ପୁତ୍ର   ତୁମେ ଚିର ବ୍ରହ୍ମଚାରୀ ପବନଙ୍କ ସୁତ ଆହେ ପଞ୍ଚମୁଖି    ପରାକ୍ରମୀ ଗଦାଧାରୀ... ମଥାରେ ଥିଲେ ହେ ତୁମର ସିନ୍ଦୁର    ନାହିଁ ମୋ କାହାକୁ ଡର ରାମଙ୍କ ଆଦେଶେ ସୀତାଠାବ ପାଇଁ    ଲଙ୍ଘିଲ ସାତ ସାଗର... ତୁମେ ରାମଙ୍କର ରାମ ଯେ ତୁମର    ତୁମ ପାଇଁ ରାମାୟଣ ଲୋଡ଼ାନାହିଁ ମୋର ବିଶଲ୍ୟକରଣୀ    ନୁହେଁ ମୁଁ ବୀର ଲକ୍ଷ୍ମଣ... ହେ ଭାଗ୍ୟବିଧାତା ମଙ୍ଗଳ ମୂରତି    ପ୍ରଭୁଭକ୍ତ ରାମଜନ ଲୋଡ଼ାମୋର ଖାଲି ତୁମ ପାଦେ ସ୍ଥାନ    ଆହେ ସଙ୍କଟ ମୋଚନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍