STORYMIRROR

Maitreyee Kamila

Others

3  

Maitreyee Kamila

Others

କେମିତି ସକାଳ

କେମିତି ସକାଳ

1 min
12K

କେମିତି ସକାଳ ଏ

ସବୁକିଛି ନିଜ ଗତିରେ

ଆଗକୁ ଚାଲିଛି

ପବନ ତା ବାଟରେ 

ଧୀର ମନ୍ଥର 

ଚହଲାଇ ଦେଉନି 

ପାଣିର ଭଉଁରୀକୁ

ନିଶ୍ୱାସ ନିଜେ ସିଞ୍ଚି ଦେଉଛି ଜୀବନର ସତ୍ତାକୁ ସମୟ ସହ l


ଏମିତି ଅବର୍ତ୍ତମାନ ମୁହୂର୍ତ୍ତଟେ

କଣ ପାଇଁ ଗ୍ରାସୁଛି

ନିଜକୁ ନିଜ ସହ

କିଛି ଗୋଟେ ଚୁର ମାର କରି ଭାଙ୍ଗିବା ପୂର୍ବରୁ 

ଲଢ଼ୁଛି ବିଛୁରିତ ଭେଦି 

ଶବ୍ଦ ସହ l


ଏଠି ଋତୁ କଣ ଜୀଇଁ ପାରେ

ଅନାମଧେୟ ଗ୍ରହ ନକ୍ଷତ୍ରର ସ୍ଥିତି କୁ ନେଇ

ବରଂ ଭଲ ହେବ

ବଦଳି ଯାଆନ୍ତା କି ମାସ ସପ୍ତାହର ବାର ଆଉ ଯେତେ ସବୁ

ସାଉଁଟା ସମୟ

 ଅନବନା ଶିଉଲିଲଗା  

ପଥରଟେ ପରି

ଚାଖଣ୍ଡେ ମାଟିକୁ ଆଦରି 

ଏମିତି ହୋଇପାରେ

ଏମାନେ ସବୁ ଯୁଗ ଯୁଗ ଧରି 

 ଅହଲ୍ୟା ପାଲଟି

ଚାହିଁରହନ୍ତେ ଶ୍ରୀରାମଙ୍କର ପଦ ସ୍ପର୍ଶ 

ଧୀର ମନ୍ଥର ଗତିରେ l



Rate this content
Log in