କେମିତି ପାଳିବ ନାହିଁ
କେମିତି ପାଳିବ ନାହିଁ
1 min
249
ଦେଶଭକ୍ତ ଟିଏ କେବେ ଡ଼ରେ ନାହିଁ
ଆସୁ ଯେତେ ବାଧା ବିଘ୍ନ
ଦେଶ ହିଁ ଜୀବନ ଦେଶ ହିଁ ପରାଣ
ଦେଶ ହିତେ ଥାଏ ମଗ୍ନ ।
ଯେଉଁ ଦେଶରେ ଜନମ ହୋଇଲା
ତା ପାଣି ପବନେ ବଢ଼ିଲା
କେତେ ଦୁଃଖ ସୁଖ ପାଇଛି ଜୀବନେ
ଏଡେରୁ ଏଡୁଟେ ହୋଇଲା ।
କେମିତି ଭୁଲିବ ମାଆର ମମତା
ଏଇଜେ ଜନମ ଭୂଇଁ
ଭାରତ ମାଆ ଆଜି ସ୍ୱାଧୀନ ପାଇଛି
କେମିତି ପାଳିବ ନାହିଁ ।
