STORYMIRROR

susmita mohapatra

Others

3  

susmita mohapatra

Others

କେମିତି ଲେଖିବି କବିତା

କେମିତି ଲେଖିବି କବିତା

1 min
12K

ସବୁଜିମା ଘେରା ମୋ ଗାଆଁର ଧରା

ମୁକୁଳା ମୁକୁଳା ଲାଗଇ,

ସୁନ୍ଦର ନୀଳ ପାହାଡ଼ର ଚୂଳ

ନୁଖୁରା ନୁଖୁରା ଦିଶଇ,

ବିଲ ମାଳ ତୋଟା ନଦ ନଦୀ ପଠା

ଦୂଷିତ ମାଟି ଓ ସିକତା,

ନୀତି ସଂସ୍କୃତି ଉଜାଣି ଅତିଥି

ବିରାଜଇ ଉତ୍ସୃଙ୍ଖଳତା,

ଏମିତିରେ ସତେ କୁହ ସାଥୀ ମୋତେ

କେମିତି ଲେଖିବି କବିତା l

ଶୁଭୁଛି କି ଏବେ ଘର ଚଟିଆର

କିଚିରି ମିଚିରି ଶବଦ,

ସଫେଦ ସୁନ୍ଦର ଦିଶେକି ଅମ୍ବର

ଖାଲି କଳା ଧୂଆଁ ବଉଦ,

ସୁଖେ ନିଃଶ୍ୱାସ ନେବାକୁ ପ୍ରୟାସ

କରିବା ଯେଉଁଠି ଅଯଥା,

ପ୍ରଦୂଷଣ ମୟ ଏ ମହୀରେ ପ୍ରାୟ

ହରାଇଛୁ ଆମ ଅସ୍ମିତା,

ଏମିତିରେ ସତେ କୁହ ସାଥୀ ମୋତେ

କେମିତି ଲେଖିବି କବିତା l

ଉଭେଇ ଗଲେଣି ବାଉ, ବଗ, ବଣି

ସାରସ, ହଳଦୀ ବସନ୍ତ,

ବିସ୍ମୃତ ମନୁ କାହିଁ କେତେ ଦିନୁ

କଜଳପାତି ଟା କେମନ୍ତ,

ନଦୀ ଗରଭରେ ପାଣି ବଦଳରେ

ପୂରିଛି ବର୍ଜ୍ୟ ବିଭତ୍ସତା,

ପ୍ରତି ନର ପାଶେ ମହ ମହ ବାସେ

ଅହଂ ଭାବ ଓ କ୍ଷମତା,

ଏମିତିରେ ସତେ କୁହ ସାଥୀ ମୋତେ

କେମିତି ଲେଖିବି କବିତା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍