STORYMIRROR

Amruta Mohanty

Others

3  

Amruta Mohanty

Others

କେଜାଣି କାହିଁକି

କେଜାଣି କାହିଁକି

1 min
228

କେଜାଣି କାହିଁକି!

ଭୟ ଲାଗେ ତାକୁ !


ନିଜ ଭାବନାକୁ 

ଉନ୍ମୁକ୍ତ କରିବାକୁ, 

କାହା ପାଖରେ ନିଜକୁ 

ରିକ୍ତ କରିବାକୁ!


ଦୁଃଖରେ ଲୁହର

ବନ୍ୟାରେ ଭାସିବାକୁ

ଅବା ଆନନ୍ଦରେ ମନଖୋଲା

ପେଟେ ହସିବାକୁ!!


ଭୟ ଲାଗେ!


ନିଃଶବ୍ଦ ନିଃସଙ୍ଗ ରାତିରେ

ସ୍ବପ୍ନର ରାଗ ରଚିବାକୁ,

ବିକ୍ଷିପ୍ତ ଅତୀତକୁ ସାଉଁଟି ପୁଣି

କଳ୍ପନାର କୋଣାର୍କ ଗଢିବାକୁ!


ମଳୟରେ ବଉଳ ମହକେ

ମତୁଆଲା ହେବାକୁ,

ଶ୍ରାବଣର ଜିଦିଆ ବର୍ଷାରେ

ମନ ଓଦା ହେବାଯାଏଁ ଭିଜିବାକୁ!!


ଭୟ ଲାଗେ!


ଗୋଧୂଳିରେ ଏରୁଣ୍ଡି ବନ୍ଧରେ

ଆଶାର ଦୀପଟିଏ ଜାଳିବାକୁ,

ଅଙ୍କା ବଙ୍କା ଏଇ ଦୁନିଆ ପଥରେ

ଏକା ଏକା ସଳଖି ଚାଲିବାକୁ!!


କେଜାଣି କାହିଁକି!!

ଭାରି ଭୟ ଲାଗେ!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍