Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Harihara Behera

Others

2  

Harihara Behera

Others

କେଡେ ନିଷ୍ଠୁର ହୃଦୟ ତୋର

କେଡେ ନିଷ୍ଠୁର ହୃଦୟ ତୋର

1 min
7.0K


🌻କେଡେ ନିଷ୍ଠୁର ହୃଦୟ ତୋର🌻

💓💓💓💓💓💓💓💓💓💓

କେଡେ ନିଷ୍ଠୁର ହୃଦୟ ତୋର

ବୁଝି ପାରିଲୁନି ମନ କୁ ମୋର ।

କେଡେ ନିଷ୍ଠୁର ହୃଦୟ ତୋର ▪▪▪▪▪

ମନ ପ୍ରାଣ ଦେଇ ଭଲ ମୁଁ ପାଉଛି

ସ୍ୱାର୍ଥ ନାହିଁ ମନରେ ମର ।

ଦିନ ରାତି ତୋତେ ମନେ ପକଉଛି

ମୁଁ କରିଛି ବୋଲି ନିଜର ।

ଅନୁଭବ କରେ ତୋତେ ମୁଁ ଏଇଠି

ତୁ ଏକା ଜୀବନ ମୋର ।

ତୁ ଏକା ନିଜର ମୋର

ତୋତେ ହେବାକୁ ଦେବିନି କାହାର ।

ତୁ ମୋର ଅତି ନିଜର

ତୋତେ କରିବିନି କେବେ ମୁଁ ପର ।

ମୋତେ କଥା କହୁନାହୁଁ ବୋଲି

ବିଚଳିତ ମନ ମୋର ।

କହିଲିନି ବୋଲି ଭଲ ପାଉଛି ମୁଁ

ତୁ ହେଇଗଲୁ ଆଉ କାହାର ।

ଭାବୁଥିବ ଯଦି ସବୁ ମିଳିଗଲା

ମୁଁ ଦରକାର ନାହିଁ ତୁମର ।

ଏବେ ବି ଚାହୁଁଛି କରିବି ନିଜର

ତୁ ବୁଝିଜା ଲୋ ମନକୁ ମୋର ।

ମୁଁ ଚାହୁଁନିଲୋ ଧନକୁ ତୋର

ଚାହୁଁଛିଲୋ ହୃଦୟ ତୋର ।

ତୋ ପାଇଁ ମୋର ହୃଦୟ କାନ୍ଦୁଛି

କାଳେ କରି ଦେବୁ ମୋତେ ପର ।

ଦିନ ରାତି ତୋତେ ମନେ ମୁଁ ଭାବୁଛି

ଦେଉ ନାହୁଁ ବୋଲି ଉତର ।

କଥା ହୁଅ ନାହିଁ ବୋଲି

ଲୁହ ଝରି ପଡେ ଆଖିରୁ ମୋର ।

ସ୍ନେହ ନାହିଁ ମନରେ ତୋର

ନାହିଁ ଟିକେ ଖାତିରି ତୋର ।

କେଡେ ନିଷ୍ଠୁର ହୃଦୟ ତୋର

ବୁଝି ପାରିଲୁନି ମନକୁ ମୋର ।

🌺🌺🌺🌺🌺🌺🌺🌺

Poet : Hari har

21/10/2018


Rate this content
Log in