Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

3  

Niranjan Sahu

Others

କେବେ କହିବନି ବାପା ମାଆଙ୍କୁ

କେବେ କହିବନି ବାପା ମାଆଙ୍କୁ

1 min
398


କେବେ କୁହ ନାହିଁ ମୋ ବାପା ମାଆଙ୍କୁ     

          ରଖିଛି ମୋହରି ଘରେ

ସର୍ବଦା କହିବ ମୁଁ ରହିଅଛି

       ମୋ ବାପାମାଙ୍କର ଘରେ ।


କେବେ କହିବନି ମୋବାପା ମାଆଙ୍କୁ

         ରଖିଅଛି ମୋ ପାଖରେ

ସର୍ବଦା କହିବ ମୁଁ ରହିଅଛି

       ମୋ ବାପାମାଙ୍କ ପାଖରେ ।


କେବେ କହିବନି ମୋ ବାପାମାଙ୍କୁ

          ମୁଁ ସବୁବେଳେ ପୋଷୁଛି

ସର୍ବଦା କହିବ ମୁଁ ତାଙ୍କର

          ଖାଇ ଖାଇ ବଞ୍ଚି ରହିଛି ।


ଜନମ ଦେଲା ସେ ବଡ଼ ବି କରିଲା

          ଦିନରାତି ଗୋଟେ କରି

ଅଭାବ ପୂରଣ କରିଥିଲା ସିଏ

           ନିଜର ପେଟକୁ ମାରି ।


ଜୀବନ ଠୁଁ ବଡ଼ ଭାବିଥିଲା ଯିଏ

       ତୁମ ଜୀବନକୁ ଗଢିବାପାଇଁ

ଧନ ଦୋୖଲତ ଅବା କୋଠା ବାଡ଼ି

        ସବୁ ରଖିଥିଲା ତୁମରିପାଇଁ ।


ତୁମ ଜୀବନଟା ତାଙ୍କ ଅବଦାନ

      କୋଠାବାଡି ସବୁ ଅଟେ ତାଙ୍କର

ଏବେ ବଡ଼ ହୋଇ କେମିତି କହୁଛ

          ଏ ସବୁଯାକ ଅଟେ ମୋହର ।


ଏସବୁ ସମ୍ପତି ତାଙ୍କରି ଥିଲା

          ଆଜି ଅଛି ତୁମପାଖରେ

କେଉଁ ମୁହେଁ ପୁଣି ଗର୍ବରେ କହୁଛ

        ବାପା ମାଙ୍କୁ ରଖିଛି ପାଖରେ ।


ବାପା ମାଆ ଯଦି ତୁମର ନଥାନ୍ତେ

        ତୁମେ ଥାଆନ୍ତ କି ଏ ସଂସାରେ

          ଏଣୁ,

କେବେ କହିବନି ମୋ ବାପା ମାଆଙ୍କୁ

             ରଖିଛି ମୁଁ ମୋ ପାଖରେ

             ରଖିଅଛି ମୋ ପାଖରେ ।


Rate this content
Log in