STORYMIRROR

Ranita Swain

Others

3  

Ranita Swain

Others

କେବେ କ'ଣ ଭୁଲି ହୁଏ

କେବେ କ'ଣ ଭୁଲି ହୁଏ

1 min
13.4K


କେବେ କ’ଣ ଭୁଲି ହୁଏ

ଲମ୍ବି ଯାଇଥିବା

ସେ ଅଙ୍କାବଙ୍କା ସରୁଆ ରାସ୍ତା

ମୋ ମନରୁ ତୁମ ମନ ଯାଏ

ସେ ସୁନ୍ଦର ତପୋବନ

ଯୋଉଠି ଆମ ପ୍ରୀତି ଫୁଲ ନିତି ଫୁଟୁ ଥାଏ

ସେ ମାଳ ମାଳ ତାଳ ବଣ

ଦକ୍ଷିଣା ପବନ

ସେ ପାହାଡି ଝରଣା

କିଣି ନିଏ ମନ,,,,,

କେବେ କ’ଣ ଭୁଲି ହୁଏ ତୁମର ସେ

ମିଠା ମିଠା କଥା

ସେ ସୁହାଗ କବିତା

ତୁମ ସ୍ନେହ ବୋଳା ଡାକ

ଆଉ ଶ୍ରଦ୍ଧା ଅମାପ

ଏବେବି ଏ ମନ ଝୁରି ହୁଏ

ସ୍ମୃତି କଥା କୁହେ

ଭାରି ଇଛା ହୁଏ

ତୁମ ହାତ ଧରି,,,,ଚାଲିବାକୁ

ସେ ସରୁଆ ରାସ୍ତାରେ

ମୋ ମନରୁ ତୁମ ମନ ଯାଏ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍