କେବେ ହେବ ସେଇ ମଧୁର ମିଳନ
କେବେ ହେବ ସେଇ ମଧୁର ମିଳନ
1 min
13.3K
ବଂଧୁରେ
ଅଧୀର ଆଜି ମୋ ମନ
କେତେ ଦିନ ପରେ ସେ ଦିନ ଆସିବ
ହେବ ମଧୁର ମିଳନ !
କାମନା ତ ଏକ ଅଧୁରା ଗୀତିକା
ସୁର ହୀନ ଛଂଦ ହୀନ
ମିଳନେ ଏ ସ୍ବର ସଂପନ୍ନ ହୋଇବ
ଆନଂଦର ସ୍ବରବର୍ଣ୍ଣ ,
ତନୁ ମନେ ଆଜି ପରାଣ ଥାଇବି
ଲାଗୁ ଅଛି ପ୍ରାଣ ହୀନ !
ଟିକିଏ ହସର ପରଶ ପାଇଁ କି
ଯୁଗ ହୁଏ ଅବସାନ
କେବେ ପ୍ରତୀକ୍ଷାର ଶବରୀ
ପାଇବ ଶ୍ରୀ ରାମଂକ ଦରଶନ ,
କହି ଦେରେ ଥରେ କେବେ ହେବ ଏହି
ଆଶାର କଳସୀ ପୂର୍ଣ୍ଣ !
