କେବେ ଦେଖିବି ତୋତେ
କେବେ ଦେଖିବି ତୋତେ
1 min
237
ମୁଖ ନିସୃତଃ କବି – ସନ୍ଥ କବୀର ଦାସ
ଅନୁବାଦ - Dr Subas Chandra Rout
ଆଉ କେବେ ମୁଁ ଦେଖିବି ତୋତେ, ଦର୍ଶନ ପାଇଁ ଅଧିର,
ଦିବସ ରାତ୍ରୀ ମୋର ବିବଶ, ଚକ୍ଷୁ ହେଉଛି ଆତୁର ।
ହାର ନ ମାନି ବିରହ ଅଗ୍ନି, ଜାଳୁଛି ମୋର ଶରୀର,
ହୃଦୟଙ୍ଗମ କରି ହେ ପ୍ରଭୁ, ଶୁଣନ୍ତୁ ପ୍ରର୍ଥନା ମୋର ।
ନିର୍ଦ୍ଦୟ ଆଉ ହୁଅନି ପ୍ରଭୁ, ତୁମେ ସ୍ଥିର ମୁଁ ଅଧୀର,
ଜଳ ନ ଥିବା ପାତ୍ର ସମାନ ହୋଇଛି ଅବସ୍ଥା ମୋର ।
ଦୀର୍ଘ ସମୟ ବିଚ୍ଛେଦ ହୋଇ, ମିଳନକୁ ଛଟପଟ,
କବୀର କହେ ଇଙ୍ଗିତ ଦିଅ, କେବେ ହେବ ଆମ ଭେଟ ।
