STORYMIRROR

Narayan chandra Senapati

Others

3  

Narayan chandra Senapati

Others

କେ ଦେବ ମାଆକୁ ପୁଅ

କେ ଦେବ ମାଆକୁ ପୁଅ

1 min
892


ଭାରତ ମାତାର ଚକ୍ଷୁ ବହେ ଅଗ୍ନି

(ଦେଖି)ମର୍ମନ୍ତୁଦ ଦୁର୍ଘଟଣା

କାହିଁ ଲୁଚିଛୁ ରେ ଭଗତ, ଉଦ୍ଦାମ

(ଆ'ରେ)ନେତାଜୀ ଉଡାରେ ଵାନା ।।(୧)


ଶ୍ବାନ ଶୃଗାଳଏ ପଶିଛ ଗାତରେ

ପିନ୍ଧି ବିଧବାର ଖଡୁ

ଭୀରୁ କାପୁରୁଷ କୁମ୍ଭୀର କାନ୍ଦଣା

ଧର ହେ କରିବ ଝାଡୁ ।।(୨)


କେମିତି ସମ୍ଭାଳେ ହୃଦୟ ତୁମ୍ଭର

ତାତୁ ନାହିଁ ରକ୍ତ, ଛାତି

ଯା ପଢିଯାରେ ବାଜିଆ,ଆଜାଦ

ଶିଖି ଆସ ଦେଶ ପ୍ରୀତି ।।(୩)


ଆତଙ୍କବାଦୀଙ୍କ ଆତଙ୍କେ ହଜିଲେ

ଚୌରାଳିଶାଧିକ ପୁତ୍ର

କାହିଁକି ବୃଥାରେ ଜ୍ୟୋତିଷେ ଦେଖାଉ

ଜାତକ ପଚାରୁ ଗୋତ୍ର ।।(୪)


ଭାଙ୍ଗିଦେ ରେ ତାର ମେରୁଦଣ୍ଡ ହାଡ଼

କରିଦେ ତାକୁ ଦିଵ୍ୟାଙ୍ଗ

ହିଂସା ଯେ କରୁଛି କମାଣେ ମାରିତୁ

ଦେଖାଇ ଦେ ବୀର ରଙ୍ଗ।।(୫)


ଖଳ, ଗୁପ୍ତେ,ଯଦି ମାରିଲା ବାରୁଦେ

ପିଇଜା ତା ବକ୍ଷ ରକ୍ତ

ଶକ୍ତିମାନ ପିନ୍ଧି ବିଜୟର ଟୀକା

ସାଜରେ ତୁ ଦେଶଭକ୍ତ।।(୬)


ଅଙ୍କର ବଙ୍କରେ ହୁଙ୍କାର ଦେଇ ତୁ

ଚଢରେ ହିମା ର ସିଡ଼ି

ଶହୀଦ ଜବାବ ଶହୀଦ ରେ(ତୁ) ଦେଇ

କୌଶଳେ ପିନ୍ଧାରେ ବେଡି ।।(୭)


ପ୍ରଶ୍ନ କର ମନ ବିବେକକୁ ଆରେ

କେ ଦେବ ମାଆକୁ ପୁଅ

ଭଉଣୀକୁ ଭାଇ,ପତ୍ନୀ କୁ ତା ପତି

ଦେଶକୁ ଯବାନ ପୁଅ।।(୮)


ସରିନାହିଁ ଯୁଦ୍ଧ ହୋଇନାହୁଁ ବୃଦ୍ଧ

ଅନ୍ତରେ ଜାଳ ତୁ ବହ୍ନି

ଟୁଙ୍ଗି ତୋଫାନ ତୁ କରିଦେ ପ୍ରଳୟ

(ଶତ୍ରୁ) ନ ପାରୁ ନିଜକୁ ଚିହ୍ନି।।(୯)


ରଚିଦେ ବିଜ୍ଞାନ, ଭୌଗୋଳିକ ବ୍ୟୁହ

ମାନଚିତ୍ର ହେଉ ସ୍ତବ୍ଧ

ଯଦି ମୋ ରକତ ତୋ ଦେହେ ବୋହୁଛି

ଉତ୍ତପ୍ତି ହେ ରେ କ୍ଷୁବ୍ଧ।।(୧୦)


ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍