Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sivaram Thakur

Others

3  

Sivaram Thakur

Others

## କେ ବଞ୍ଚାଇବ ମୋ ପୁତ୍ରକୁ ##

## କେ ବଞ୍ଚାଇବ ମୋ ପୁତ୍ରକୁ ##

1 min
8



  

କଇଁ କଇଁ ହେଇ    

ଦେବକୀ କାନ୍ଦଇ

    ରହି ବସୁଦେବ କୋଳରେ ,

ଅଷ୍ଟମ ଗରଭ     

କଂସ ପ୍ରାଣ ନେବ

    ଦାରୁଣ ଖଞ୍ଜିଛି ବିହିରେ ।

ବସୁଦେବ ବସି     

ମଥାକୁ ଆଉଁସି

    ଆଶ୍ଵସନା ଦ୍ୟନ୍ତି କୋଳେଇ ,

କେଶ ମୁକୁଳିତ     

ପୁତ୍ର ହରା ମାତ

    ଲୋତକର ବନ୍ୟା ବୁହାନ୍ତି ।

କେଉଁ ଜନମର     

ପାପେ ଭାଗିଦାର

    ପୁତ୍ର ସୁଖେ ହେଲି ବଞ୍ଚିତ ,

ଭାଇ ମୋ ବଇରୀ    

ଏକ ଏକ କରି       

    ସାତ ପୁତ୍ର କଲା ନିହତ । 

ଅମା ଅନ୍ଧକାର   

ହେଲା କଂସପୁର

    ବିଜୁଳି ଚମକେ ନିଶିରେ,

ବସୁଦେବ ହସ୍ତ     

ଧରିଲେ ତୁରିତ

    ଥରନ୍ତି ଦେବକୀ ଭୟରେ ।  

କିଏ ଅଛି ମୋର    

ସାହା ଭରସାର

କେ ବଞ୍ଚାଇବ ମୋ ପୁତ୍ରକୁ , 

ପୁତ୍ର ବଦଳରେ     

ପ୍ରାଣ ବି ମାଗିଲେ   

ନିଃସଙ୍କୋଚେ ଦେବି ତୁମକୁ ।



Rate this content
Log in