Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Others

3  

KRUTIBAS NAYAK

Others

କବିତାୟନ-15 ଡାଲମା

କବିତାୟନ-15 ଡାଲମା

1 min
196



ଡାଲମା ଡାଲମା ଅଜ୍ଞାନ ଡାଲମା ଆହା କି ସୁଆଦ ଭରା,

ଓଡ଼ିଆ ପାଟିକୁ ବଢିଆ ଡାଲମା ବିଖ୍ୟାତ ଜଗତ ସାରା (ଘୋଷା )


ବହଳ ଡାଲମା ଅରୁଆ ଭାତକୁ ଓଉ ଖଟା ହେଇଥିବ,

କଞ୍ଚାଲଙ୍କା ଲୁଣ ଲେମ୍ବୁ ଖଣ୍ଡେଥିଲେ ଖାଇବାଟା ଜମିଯିବ |

ଟାକରା ଫୁଟେଇ ହାଂପୁଡ଼େଇ ଦେଲେ ପେଟ ହେଇଯିବ ପୂରା |

ଡାଲମା ଡାଲମା ଅଜ୍ଞାନ ଡାଲମା ଆହା କି ସୁଆଦ ଭରା | (1)


ହରଡ଼ ମସୁର ମୁଗଡାଲି ସଂଗେ ସାରୁ ଆଳୁ ବାଇଗଣ,

ସଜନା ଛୁଇଁକୁ କଦଳୀ କଖାରୁ ବଢାଇବ ତା'ର ଗୁଣ |

ପିଆଜ ରସୁଣ ଅଦା ଫୁଟଣରେ ଛୁଙ୍କ ହେବ ମନହରା |

ଡାଲମା ଡାଲମା ଅଜ୍ଞାନ ଡାଲମା ଆହା କି ସୁଆଦ ଭରା |(2)


ଯେତେ ଖାଉଥିଲେ ଅରୁଚି ଲାଗେନା ଦେହକୁ ଡାଲମା ଭଲ,

ବୁଢ଼ାଠାରୁ ଛୁଆ ସଭିଏଁ କହିବେ ଆଉ ଟିକେ ମୋତେ ଦେଲ |

ଖାଇବା ଲୋକଟି କହିବ ଡାଲମା ସୁଆଦଟା ଅପାସୋରା |

ଡାଲମା ଡାଲମା ଅଜ୍ଞାନ ଡାଲମା ଆହା କି ସୁଆଦ ଭରା | (3)

 


Rate this content
Log in