STORYMIRROR

Sunanda Mohanty

Others

4  

Sunanda Mohanty

Others

କବିତାରେ ଜୀବନ ରଙ୍ଗ

କବିତାରେ ଜୀବନ ରଙ୍ଗ

1 min
173

ତମେ ଧରିଥିଲ ମୋ ହାତ 

ଅବା ମୁଁ ଧରିଥିଲି ତୁମ ହାତ 

ମନେ ନାହିଁ ଦିନ ବାର କି ନକ୍ଷତ୍ର 

ମନେ ନାହିଁ ବି ସେଇ ତିଥ

 ହେଲେ ହେ କବିତା ରହିଅଛ ମୋ ସାଥ 

ରଙ୍ଗ ଭରିବାକୁ ନିତ୍ୟ 


ଜନମଧାମ ମୋ ପୁରୀଧାମ 

ବୋଲାନ୍ତି ସଭିଏଁ ଶୀରିକ୍ଷେତ୍ର 

ସେଇ କ୍ଷେତ୍ରପତି ଶରଧାରେ ଅତି 

ଆଦେଶ ଦେଇଛନ୍ତି ଲେଖିବି କବିତା ଗୀତ 

କରି ଜୀବନକୁ ରଙ୍ଗାୟିତ 


ଅଗଣିତ ଏଇ ଲେଖକ ଭିଡରେ 

ପରିସୀମା ମୋ ସୀମିତ 

ଜନମାନସରେ ପ୍ରତିଷ୍ଠିତ ହେବା 

ଲକ୍ଷ୍ୟ ମୋର ଏକମାତ୍ର 

କବିତା ଭିତରେ ବୁଡିଯିବି ଭାଵି 

ଲେଖେ ସଦା କବିତା ରୂପୀ ସାହିତ୍ୟ 

ସାହିତ୍ୟ ରଙ୍ଗ ହେଉ ଅସ୍ଥିମଜ୍ଜାଗତ 


କେତେ ସମ୍ବେଦନ ଅନୁରାଗ 

ଆଉ ଯୁଗୋପଯୋଗୀ ସଂଗୀତ 

କେବେ ବାର୍ତ୍ତା ପୁଣି ପରପୀଢ଼ି ପାଇଁ 

ଲେଖେ ମୁଁ କବିତା ଗୀତ 

ତାରି ଭିତରେ ଖୋଜୁଛି କେବେ ଅମୃତ 

ରଙ୍ଗର ପଞ୍ଚାମୃତ 


ସ ବ୍ୟାସାର୍ଦ୍ଧ ଜ୍ୟା ଆଉ ଚାପ 

ବୋଧେ ପରିମିତି ସୂତ୍ର 

ସେ ସବୁ ମିଶି ହୋଇଛି କବିତା 

ମୁଁ ବୋଧହୁଏ ଏକ ଅର୍ଦ୍ଧବୃତ୍ତ 

କବିତା ଲେଖିବା ଆସ୍ଫାଳନ ଏକମାତ୍ର

ଜୀବନ ପିଆଲା ରଙ୍ଗରେ ବଶୀଭୂତ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍