STORYMIRROR

SACHALA GURU

Others

3  

SACHALA GURU

Others

କବିତାର ଶୀର୍ଷକ

କବିତାର ଶୀର୍ଷକ

1 min
220


ସଂସାର ସାଗରେ ପାଦ ଦେବା ପରେ 

            ଆସେ ଅନେକ ଯାତନା 

କେବେ ପାଏ ସୁଖ କେବେ ପାଏ ଦୁଃଖ 

            ନଥାଏ ତାର କଳନା (0)

ସମୁଦ୍ର ଲହଡି ପରି ମାଡି ଆସେ 

             କରଇ ସେ ଆଗମନ 

କେବେଯେ ଜୁଆର କେବେ ସେତ ଭଟ୍ଟା 

             ହୋଇଥାଏ ଦୃଶ୍ୟମlନ (1)

ଯେତେ ସତର୍କ ରେ ବାଟ ଚଳୁଥିଲେ 

             ଫୁଟଇ ପାଦରେ କଣ୍ଟା 

ଉଥlନ ପତନ ହୋଈଗତିକାରେ

              ଜୀବନ ଚଳନ ପନ୍ଥା (2)

ବଂଶ ପରିବାର ମାନିଚଲିବାର 

              ଭିନ୍ନ ଭିନେ ହୁଏ ବାଧା 

କା ଆଗେ କହିବି ଜୀବନ କାହାଣୀ 

               ସବୁ ହୋଇଯିବ ବୃଥା (3)

ଅଜାଗା ଘା କୁ ଦେଖାଇ ହୁଏନା 

               ସେତ ଅକୁହାର ବ୍ୟଥା

ଶଗଡ଼ ଚକର ତଳକୁ ଉପର 

              ରହିଛି ଏପରି କଥା (4)

ମନୁଷ୍ୟ ଜୀବନ ହାର ଜିତିବାର 

           ମନରେ ରଖେ ଭରସା 

ଅକାଳ ଝଡ଼ରେ ଝଡିଗଲେ କିଏ 

           ଲିଭିଯାଏ ସବୁଆସl(5)

ମନ ତଳ କଥା ଛତିତଳ ବ୍ୟଥା 

          କାଆଗେ କହିବିଯାଇ 

ଅନ୍ତର ର କଥା ଅନ୍ତରେ ମାରିଣ 

          ନିରତେ ରହିଣ ଥାଇ (6)

ଜୀବନର ମଙ୍ଗ ବିଭିନ୍ନ ଢଙ୍ଗରେ 

           ସୃଷ୍ଟି କରିଥାଇ ବ୍ୟଥା 

କିପରି ଭୁଲିବି ସେ ସମସ୍ୟା ମାନ 

            ଆଉ ବେଦନାର ଗାଥା (7)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ