କବିତା
କବିତା
1 min
142
କବି ନୁହେଁ ମୁଁ,
ତଥାପି ଲେଖବାକୁ ଚେଷ୍ଟା କରେ
କେତେକ ଅମେଳ ଶବ୍ଦକୁ ନେଇ
ଗଢ଼ିଦେଖେ ଶବ୍ଦର ମାଳାହାର |
ଭାବୁକ ନୁହେଁ ମୁଁ
ତଥାପି ଭାବିବାକୁ ଚେଷ୍ଟା କରେ
ମନର ଆବୁଡୁ ଜାବୁଡ଼ି ଭାବନାକୁ ନେଇ
ତୋଳିଦେଖେ କଳ୍ପନା ଓ ବାସ୍ତବର
ଅବାସ୍ତବ ବାଲିଘର ।
ଜାଣେନା , ଶବ୍ଦର ପରିଭାଷାକୁ
ତଥାପି ଚେଷ୍ଟା କରିଚାଲିଥାଏ
କାଳେ ଶବ୍ଦ ଭଣ୍ଡାର ର କାଉଁରୀ ସ୍ପର୍ଶରେ
ତୋଳିହେବ ସୁରମ୍ୟ ସୌଧ ଟିଏ ।
ଶିଳ୍ପୀ ନୁହେଁ ମୁଁ,
ତଥାପି ଚେଷ୍ଟା ଜାରି ରହେ
କାଳେ ନିର୍ମାଣ କରିପାରିବି କି ?
କବିତାର କୋଣାର୍କ ଟିଏ ।।
