STORYMIRROR

Susanta kumar Patra

Others

3  

Susanta kumar Patra

Others

କବିତା

କବିତା

1 min
207


ତୁମେ କୋଉ କବିତା କଥା କହୁଛ କହିଲ,

କବିର ଭାବନାରୁ ଜନ୍ମ ନେଇଥିବା କବିତା, 

ନା

ଅବିବାହିତରେ ଗର୍ଭବତୀ ହୋଇଥିବା କବିତା ।


ତୁମେ କୋଉ କବିତାକୁ ଖୋଜୁଛ କହିଲ 

ବହି ଦୋକାନୀର ବହିଥାକରେ, 

ଧୂଳିରେ ସଜେଇ ହୋଇଥିବା କବିତା 

 ନା

ଜନ୍ମିତ ଶିଶୁ କନ୍ୟା ବୋଲି ଶିଶୁକୁ, 

ଅଳିଆଗଦାରେ ଫୋପାଡ଼ି ଥିବା କବିତା ।


ତୁମେ କୋଉ କବିତା କଥା ଭାବୁଛ କହିଲ, 

ଯିଏ କବି ସାଥିରେ ଲୁଚକାଳି ଖେଳେ,

ତାର କଳ୍ପନାରେ ରଙ୍ଗଭରେ, ସେଇ କବିତା 

ନା 

ଚରିତ୍ରହୀନଙ୍କ ଦେହରଭୋକ ମେଣ୍ଟାଉଥିବା କବିତା ।



साहित्याला गुण द्या
लॉग इन