କବିତା-ସମୟ ସାଥିରେ
କବିତା-ସମୟ ସାଥିରେ
1 min
207
ଚାଲୁଛି ମୁଁ ଏକା ଏକା
ନାହିଁ ମୋ ସାଥିରେ କେହି।।
ଜୀଵନ ବାଟରେ କାହାକୁ କରିବି
ଭରସା ନିଜର ତ ନୁହେଁ କେହି।।
ଦୁଃଖ ଭରା ଦୁନିଆ ଏ
ପାରୁନି ମୁ ସହି।।
ସୁଖ ମୋ ଜୀବନେ ଲେଖା ବୋଧେ ନାହିଁ।।
ହାତରେ ମୋର ସମୟ ନାହିଁ
ଚାଲି ଯାଉଛି ଟିକି ଟିକି କରି।।
ବାଟ ତ ସରୁନି ହେଲେ
ଯାଇଛି ବୟସ ମୋ ସରି।।
ସମୟ ସାଥିରେ କିଏ ବା
ଚାଲି ପାରିଛି ସମୟ ତ ରୁହେ ନାହିଁ।।
ସମୟକୁ ଧରିବା ମୋ ହାତରେ ନାହିଁ।।
ଯିବ ସେ ଚାଲି ମନକୁ ଥରେ ବୁଝେଇ
ରଖ ନ ହେଲେ କିଛି ମିଳିବ ନାହିଁ।।
ପାଦ ତଳେ କଣ୍ଟା ଫୁଟେ
ମନରେ ଦୁଃଖ ହୁଏ।।
ଯେମିତି ମେଘ ସାଥିରେ ବିଜୁଳି
ଆସି ବର୍ଷା ହୁଏ।।