Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

କବିତା ରୂପରେ ଲେଖି ଚାଲିଛି

କବିତା ରୂପରେ ଲେଖି ଚାଲିଛି

1 min
7.0K


ଭାବୁଛି କାହିଁକି ଏତେ ମୁଁ ତୁମକୁ
ନିଜେ ମୁଁ ନିଜକୁ ଜାଣି ପାରୁନି ।

କଳ୍ପୁଛି କାହିଁକି କଳ୍ପବଟ ବୃକ୍ଷ
ତୁମ ସପନରେ,କିଛି ନ ଜାଣି ।

ଜହ୍ନ ରାଇଜରେ ଘର କରିବାକୁ
କାହିଁକି ତୁମରି ଛବି ଆଙ୍କୁଛି ।

ଜହ୍ନ ଯେ ତୁମର ସାତ ସଉତୁଣୀ
ତୁମ ରୂପ ଆଗେ ଜହ୍ନ ଲୁଚୁଛି ।

ଗୋଲାପୀ ଗୋଲାପୀ ରଙ୍ଗ ଓଢଣୀରେ
ତୁମରି ଗଭାକୁ ଲୁଚେଇ ଦେବି !

ଗୋଲାପ ଲୁଚୁଛି ତୁମ ପଣତରେ
ଲାଜରେ ,କେମିତି ତାକୁ କହିବି ।

କଇଁ ହୃଦୟରେ ଅତି ସରାଗରେ
ଜହ୍ନର ଜୋଛନା ପରଖୁ ଥିଲି ।

ତୁମ ହୃଦୟଟି କଇଁ ଠୁ କୋମଳ
ନିଜ ଜୋଛନାରେ ଭିଜେଇ ଦେଲି ।
ଇନ୍ଦ୍ରଧନୁ ଦେହ ସାତ ରଙ୍ଗ ନେଇ
ଭାବୁଛି ତୁମରି ଅଗଣା କଥା ।

ସେ ଅଗଣା ଆଗେ ଇନ୍ଦ୍ରଧନୁ ରଙ୍ଗ
ଫିକା ପଡ଼ିଯାଇ ନୁଆଁଏ ମଥା ।

ଶ୍ୱେତପଦ୍ମ ଫୁଲ ସୁରଭିକୁ ନେଇ
କେମିତି ତୁମକୁ ମହାକାଇବି !

ତୁମେ ନିଜେ ପରା ଶ୍ୱେତ ପଦ୍ମଗନ୍ଧା
ତୁମ ସୁରଭିରେ ନିଜେ ହଜିବି ।

ଲକ୍ଷ୍ମୀ ନିବାସର କଳ୍ପନା କରିଛି
ଲକ୍ଷ୍ମୀ ତୁମେ,ତୁମେ ସାଗର କନ୍ୟା ।

ସେଇ ଉଆସରେ ସକାଳ ସଞ୍ଜରେ
ଛୁଟୁଥିବ ଲକ୍ଷ୍ମୀ ବାସର ବନ୍ୟା ।

ଲକ୍ଷ୍ମୀ ତୁମେ,ମୁଁ ତ ନୁହେଁ ନାରାୟଣ
କେମିତି ଏ ସବୁ ଭାବି ପାରୁଛି ।

ନିଜେ ମୁଁ ଜାଣୁନି, ବୁଝି ବି ପାରୁ ନି
କବିତା ରୂପରେ ଲେଖି ଚାଲିଛି ।


Rate this content
Log in