STORYMIRROR

Aruna Kar

Others

2  

Aruna Kar

Others

କବିତା ନୁହେଁ

କବିତା ନୁହେଁ

1 min
13.9K


ଦେଖି ହୁଏ ନାହିଁ ଘାଣ୍ଟି ହେଉଥିବା

ଅବୁଝା ମନର କୋହକୁ

ପ୍ରକାଶ କରି ହୁଏନି ଛାତି ତଳେ

କୁହୁଳୁଥିବା ଯନ୍ତ୍ରଣାକୁ।

ସହି ହୁଏ ନାହିଁ ସରି ଯାଉଥିବା

ସମୟର ନୀରବତାକୁ

ଦେଖି ହୁଏ ନାହିଁ ନିଜର ଆଖିରେ

ଅବୁହା ଅଦେଖା ଲୁହକୁ।

ଦେଖି ହୁଏନାହିଁ ମିଠା ପ୍ରତାରଣା

ଆଉ ମଧୁର ଛଳନାକୁ

ପ୍ରତି ମୁହୂର୍ତ୍ତରେ ଶରବିଦ୍ଧ ହୋଇ

ପିଇ ଯାଉଥିବା ଲହୁକୁ ।

ଅରୁଣା କର

09:11:18

ଭୁବନେଶ୍ଵର


Rate this content
Log in