STORYMIRROR

padmaja pati

Others

3  

padmaja pati

Others

କବିତା ମୁଁ ତୁମ ପାଇଁ

କବିତା ମୁଁ ତୁମ ପାଇଁ

1 min
82

ସବୁ ସୁଷମାର ତୁମେ ଅଧୀଶ୍ଵର

ପ୍ରକୃତି ମାତାର କୋଳେ

ସୃଷ୍ଟିର ପ୍ରଥମ ଇଙ୍ଗିତ ମୁଁ ଯେ

ଶାନ୍ତିର ସୁର ତୋଳେ।


ଝଙ୍କୃତ କରେ କୋଟି ପ୍ରାଣ ତନ୍ତ୍ରୀ

ଡାକେ ଆସ ଚଉବାହା

ନିଃଶ୍ବାସରେ ତୁମେ,ବିଶ୍ୱାସରେ ତୁମେ

ଦେବ ,ମାନବର ନାହା ।


ପକ୍ଷୀର କାକଳି କେଡେ ସୁମଧୁର

ଝରଣା ଗାଉଛି ଗୀତ

ଶିଶୁ ଓଠେ କୁଆଁ ,ଦରୋଟି କଥାରେ

କବିତା ମୁଁ ପ୍ରକଟିତ ।


ଦେବ,ମାନବର କଳପନା ତୁମେ

କୋଟି ଜନ ମନ ଅଳି

ପ୍ରତି ହୃଦୟରେ ତୋଳେ ମୁଁ ମୂର୍ଚ୍ଛନା

ଆଶାର ଆଲୋକ ଜାଳି ।


ତୁମରି ମୁଖରୁ ହୋଇ ଉଚ୍ଚାରିତ 

ଶାମ ବେଦ ଶ୍ଳୋକ ମୁହିଁ 

ତୁମେ ଅନୁଭଵୀ,ମୋର ଆଦିକବି

କବିତା ମୁଁ ତୁମ ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍