କବିତା-ମୁଁ ଶିଶୁ ଟିଏ
କବିତା-ମୁଁ ଶିଶୁ ଟିଏ


ମୁଁ ଶିଶୁ ,ନୂଆ ଗଛର ଫୁଲ ଟିଏ।।
ବାସ୍ନା ଭରା ପୁଷ୍ପ ର କଢି ଟିଏ।।
ଉଦିତ ରଶ୍ମିର କିରଣ ଟିଏ।।
ଅନ୍ଧାର ରାତିର ଆଲୋକ ମୁଁ,
ସଭିଙ୍କ ମନର ହସ ମୁଁ।।
ସତ୍ୟ ସାଧନା ର ପ୍ରତୀକ ମୁଁ
ଚଳନା,ଛନ୍ଦ କପଟ ନାହିଁ ମୋହର।।
ସମୀର ର ସୁର ସୁର ଶବ୍ଦ ମୁଁ
ଡେଣା ଝାଡୁ ଥିବା ବିହଙ୍ଗ ମୁଁ।।
ସକାଳ ର ଶୀତଳ ପବନ ମୁଁ
କୁହୁ କୁହୁ କୋଇଲି ଗୀତ ର ସୁର ମୁଁ।।
ଛୋଟ ମନ ର ବଡ଼ ଆଶା
ସଭିଙ୍କ ମନରେ ମୁ ବାନ୍ଧେ ବସା।।
ଜ୍ଞାନ ର ମୁ ନୂଆ ଧାରା
ଶିଶୁ ଟିଏ ମୁଁ ମୋ ସପମ ଭରା।।
ସ୍ୱପ୍ନ ରାଇଜେ ମୁ ଉଡ଼ି ବୁଲେ
ଜୀଵନ ଚକ୍ର ର ଗତି ମୁଁ
ଦେଖେ
ଦୁନିଆ ସାରା।।
ଶିକ୍ଷା ସୋତ୍ର ର ଧାରା ମୁଁ,
ମୋ ଚାରି ପାଖେ ସୁଖ ର ଶ୍ୟାମଳ ଝରେ।।
ମୋ ଆଖି ଦେଖି ପରେ ଦୂରରୁ ବହୁ ଦୁରେ।।
ମୁଁ ଯେବେ ଖେଳ ଖେଳେ
ମୋ ସାଥିରେ ଦୁନିଆ ଖେଲି ବାକୁ ଲାଗେ।।
ମୁ ହସି ଦେଲେ ଓଠରୁ ମହୁଝରେ
ନୂଆ ଚଢେଇ ବସା ର ମୁ କୁହୁକ ଲାଗେ।।
ମୁଁ ଶିଶୁ ଆଜିର ଦିନରେ ତାରା ଜହ୍ନ,
ପାଦରେ ଚାଲେ ବାଟ ନୂଆ ଚେତନା ହୁଏ।।
ଶିଶୁଠୁ ଆରମ୍ଭ ଶିକ୍ଷା ସାହିତ୍ୟ, ନୂଆ ଗୀତ
ର ଶବ୍ଦ ଆକାର ହୁଏ ।।
ଟୋପା ଟୋପା ପାଣି ର ବିନ୍ଦୁ ହୋଇ
ସାଗର ରେ ଜାଇ ମିଳିତ ହୋଇ।।
ବିଶ୍ୱ ଚେତନା କୁ ଦିଏ ବୁଝେଇ।।