STORYMIRROR

Tonish Rohidas

Children Stories

3  

Tonish Rohidas

Children Stories

କବିତା-ମୋର ପିଲା ଦିନ

କବିତା-ମୋର ପିଲା ଦିନ

1 min
265


ହଜିଗଲା କଥା ଆଜି ପଡୁଛି ମନେ

 ସେ ଛୁଆ ଦିନର ପୁରୁଣା କଥା ଫେରି 

   ଆସୁନି ଜୀବନେ....

ଜନମ ହେଲି ମୁଁ ଏ ମାଟିରେ

ମା ମା ଡ଼ାକି କଥା ଶିଖିଲି...

ଟିକି ଟିକି ପାଦରେ ଚାଲି ମୁ ଶିଖିଲି

  ମା ହାତ ଧରି ବାଟ ମୁ ଦେଖିଲି...

ମା ର ସେ ମମତା ଭରା

ସେନେହ ଡୋରି ରେ ମୋତେ 

ବାନ୍ଧି ରଖିଛି ପରା.....

ସେଇ ଗଛମୂଳେ ବସି କେତେ ଗୀତ 

  ମୁ ଜୀବନେ ଶୁଣିଛି 

ପିଲା ଦିନ ଆଜି ଭାରି ମନେ ପଡୁଛି.....

କେତେ ଥିଲେ ସାଙ୍ଗ ସାଥି ମେଲ

  ସବୁ ଆଜି ଗଲେ କେତେ ଦୂର....

ବହୁତ ଖୁସି ଲାଗୁଥିଲା ସେ ଅଝଟିଆ ବେଳ

   ମନ ଜମା କରୁନ ଥିଲା କାହାକୁ ଦୁର....

ସମୟ ସାଥିରେ କିଏ ବା ଥିବ

  ଚାଲି ଗଲା ସମୟ ଆଉ କି ବା ଫେରିବ.... 




  

  


  







  



    

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍