STORYMIRROR

DAMBURUDHARA BEHERA

Children Stories

3  

DAMBURUDHARA BEHERA

Children Stories

କବିତା -ଗଣେଶାୟ ନମଃ

କବିତା -ଗଣେଶାୟ ନମଃ

1 min
426


ଶ୍ରୀ ଗୌରୀ ନନ୍ଦନ ଗଣେଶାୟ ନମଃ

          ବୁଦ୍ଧି, ରିଦ୍ଧି, ସିଦ୍ଧି,ଖ୍ୟାତ

  ହାତୀ ଶୁଣ୍ଡେ ଗଢା ଶରୀର ତୁମ୍ଭର

          ଶୁଭ କାର୍ଯ୍ୟେ ସୁବିଦିତ ।।

  କଳା,ଜ୍ଞାନ,ଧର୍ମ, ବାଣୀର ଦେବତା

          ବାହନ ତୁମ୍ଭ ମୂଷିକ

ସର୍ବତ୍ର ପୂଜିତ, ସର୍ବାଗ୍ରେ ଜଗତେ

          ବିଘ୍ନ ରୂପେ ବିନାଶକ ।।

   ସର୍ବ କର୍ମ ମୂଳେ ତୁମ୍ଭେ ଆବାହକ

          ପଞ୍ଚଦେବତାରେ ସାର

   ଦକ୍ଷିଣ ଭାରତେ ବ୍ରହ୍ମଚାରୀ ରୂପେ

          ଚିତ୍ରିତ ତୁମ୍ଭ ଆକାର ।।

   ତୀର୍ଥକ୍ଷେତ୍ର ତୁମ୍ଭ ଅଷ୍ଟବିନାୟକ

        ପାର୍ବତୀ ମଇଳା ଜାତ

ମାତୃ ଆଜ୍ଞା ପାଳି ଦ୍ୱାରପାଳ ଭାବେ

       ଶିର ଛେଦେ ହେଲେ ଜିତ ।।

ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ

         'ଭାରତ' ମହାଲେଖକ

ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ

        ପୂଜନ୍ତି ଗଜମସ୍ତକ।।

 ଯୋଗୀ,ସାଂସାରିକ ମୋକ୍ଷ ପ୍ରଦାୟକ

        ଗଜାନନେ ବିଘ୍ନହନ୍ତା

  ବୁଦ୍ଧି,ବିଦ୍ୟା,ଜ୍ଞାନ ପୂଜାର ପ୍ରାରମ୍ଭେ

         ସଦା ତୁମ୍ଭେ ବିଦ୍ୟାଦାତା ।।

  ଗଣପତି ନାମେ ଗଣର ଦେବତା

           ଲମ୍ବୋଦର,ବିନାୟକ

   ଦେବା,ନର, ସିନ୍ଧୁ, ରାକ୍ଷସ ବଧକ

          ଆଦିଦେବ ତିନିଲୋକ।।

    ସତ୍ୟ,ତ୍ରେତୟାରେ, ଦ୍ୱାପର, କଳିରେ

            ମହିମା ତୁମ୍ଭ ଅପାର

କେବେ ମୁନି, ଋଷିି,କେବେ ଧୂମକେତୁ

           ସବୁ ଯୁଗେ ଅବତାର।।

         


Rate this content
Log in