STORYMIRROR

SUKANTA KHANDA

Others

3  

SUKANTA KHANDA

Others

କବିତା ଦିବସ

କବିତା ଦିବସ

1 min
198


ମୁଁ ଜଣେ କବି 

ଯଦିଓ ବଡ଼ ନୁହଁ,ଛୋଟ ଭାବିବି କାହିଁକି?


ଆଜି ଏ କବିତାଟେ ଲେଖିଛି

ଯେମିତି ସବୁଦିନ ଲେଖେ ମୋ'ନିଜସ୍ବ ଢଙ୍ଗରେ,ଶୈଳୀରେ।


କିଏ ଭଲ ପାଉ କି ନ ପାଉ?

ମୁଁ ତ ଭାବେ 

ମୋର ଲେଖା ହିଁ ଉଚ୍ଚ 

ଅନ୍ଯ ଭାଇ ଭଉଣୀଙ୍କ ଲେଖା 

ପୂରା ନୀଚ୍ଚ ଓ ନିକୃଷ୍ଟ।


ଭାରି ଖୁସି କି

ହ୍ବାଟସ୍ ଆପର ଲେଖା ସଭିଏଁ ପଢୁଥିବେ

ଆଉ ନିଜର ଜୀବନକୁ ବି ଗଢୁଥିବେ ନିଶ୍ଚୟ।


ମୋର ନାତି କହିଲା ଜେଜେ

ତୁମେ କବି ନା କୋବି?


ମୁଁ ବଲବଲ ଅନେଇଲି

ରହସ୍ଯ ତା ବୁଝି ପାରିଲିନି।


ସେ କହିଲା କବି ଜଣେ ଅସଲ ପାଠକ 

ତୁମେ ତ ଲେଖିଦିଅ 

ନିଜର ବ୍ଯତୀତ ଆଉ କାହାର ଲେଖାକୁ ପଢ଼କି?


ଯଦି କୋବିଟେ ପଠାଇଥାନ୍ତ ତ ଅବଶ୍ଯ ସଭିଏଁ

ଭଜା କି ତରକାରୀ କରିବାକୁ

ଆକୁଳେ ଅନେଇଥାନ୍ତେ ନିତିଦିନ?


ମୁଁ ନାତିର କଥାକୁ ବୁଝିଲି

ସତରେ ! 

ମୁଁ ଯଦି କବି 

ପାଠକ ନିହାତି ହେବାର କଥା

ଯଦି ନା କବିତାଟେ ପଠେଇଲି 

ଆଉ କିଏ ପଢୁ ଅଥବା ବୁଝୁ 

ଭ୍ରମତା ନୁହେଁ ତ ଆଉ କ'ଣ?


ଆଖିରୁ ବହିଗଲା ପାଣି

ନାତିକୁ କୁଣ୍ଢାଇ ଢେର୍ କାନ୍ଦିଲି।


ସେ ଲୁହ ପୋଛୁପୋଛୁ କହିଲା

ଆଜି କବିତା ଦିବସ

କବିତାକୁ ଯଦି ଭଲ ପାଉଛନ୍ତି

ତେବେ ଭଲ ପାଠକଟେ ହୁଅନ୍ତୁ

ଏ କବିତା ଦିବସଟି ସ୍ବାର୍ଥକ ହେବ

ଅନ୍ଯଥା କବିତା ଦିବସ ବୋଲି 

ମନେ ପକେଇବା ବିଲକୁଲ

ବୃଥା ହିଁ ବୃଥା।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍