STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

କବିତା ବର୍ଣ୍ଣାଳି

କବିତା ବର୍ଣ୍ଣାଳି

1 min
163

ରଙ୍ଗ ତରଙ୍ଗର ନାନାବିଧ ଚିତ୍ର ବର୍ଣ୍ଣାଳି ଭୂଷା ଭୂଷିତ

ଦିବସ ଜାମିନୀ ପଦ୍ମ କୁମୁଦିନୀ ହସେ ଫଗୁଣ ଆଗତ

ପ୍ରକୃତି ବିଭୋର ହୋଇ ବର୍ଣ୍ଣବିଭା ଶୋଭା ବସନ୍ତ ରଞ୍ଜିତ 

ମଧୁଲିଟ ସ୍ୱରେ ବିପଞ୍ଚୀ ଝଙ୍କାରେ ପରଭୃତ ଗାଏ ଗୀତ ।।

 

ଚୋରା ବସନ୍ତର ଶୀତଳ ସମିର ବାକ୍ୟଦେବୀ ଆବାହନ

ମଙ୍ଗଳ ସ୍ଵାଗତ ବନ୍ଦନା ମୁଖର ଛଳେ ଧରା ମ୍ୟୁହମାନ

ରତ୍ନ ବିଭୂଷିତ ବିମାନେ ବିଜୟ ଅବିରର ଆବରଣ

ଦିଗାଙ୍ଗୀ ବିଭାସେ ଫୁଲ ପସରାରେ ଝରେ ବାସନ୍ତୀ ପବନ ।।

 

ଅନଙ୍ଗ ଅତୁଳ ରଙ୍ଗ ବୋଳି ଦେଇ ପୁଷ୍ପ ଧନୁର୍ବାଣ କରେ

ସମ୍ମୋହିତ କରେ ତ୍ରିଲୋକ ଫଗୁଣେ ପ୍ରକୃତିର ବର୍ଣ୍ଣାଳିରେ

ପଲ୍ଲବୀତ ତରୁ ରସାଳ ବଉଳ ଫୁଲରୁ ମହୁ ଝରଇ 

ମଧୁମାସ ବୋଲି ବୋଲନ୍ତି ବିବୁଧେ ବସନ୍ତେ ହସୁଛି ‌ମହୀ ।।

 

ଶୋଭାଶ୍ରୀ ବର୍ଣ୍ଣାଳି ପୁଷ୍ପକ ଜାନରେ ମଳୟ ସାରଥି ହୋଇ

ଶାସ୍ୱତ ପ୍ରେମର ଅମୃତ ବରଷା କରି ବସନ୍ତ ଆସଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍