Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Children Stories Inspirational

3  

KRUTIBAS NAYAK

Children Stories Inspirational

କବିତା-୯୬

କବିତା-୯୬

1 min
185


ଶିଶୁ କବିତା      


ବଣ ରାଇଜେ ସଭା ବସିଲା ସିଂହ ତା' ସଭାପତି,

ବାଘ ବସିଲା ଡାହାଣ ପଟେ ବାମ ପାଖରେ ହାତୀ | (ଘୋଷା)


ବିଲୁଆ ଭାଇ ଜୀବଜନ୍ତୁଙ୍କୁ ଡାକି ଆଣିଲା ବଳେ,

ଗଣ୍ଡା ଗୟଳ ଭାଲୁ ବସିଲେ ଯାଇ ଗଛର ମୂଳେ |

କହିଲା ସିଂହ ପଶୁ ସକଳେ ଆମେ ଗୋଟିଏ ଜାତି |

ବଣ ରାଇଜେ ସଭା ବସିଲା ସିଂହ ତା' ସଭାପତି,

ବାଘ ବସିଲା ଡାହାଣ ପଟେ ବାମ ପାଖରେ ହାତୀ | (1) 


ମଣିଷ ଆମ ବଇରୀ ସାଜି ଅଜାଡ଼ିଲାଣି ବଣ,

ସବୁଜ ବନ ବଞ୍ଚାଇବାକୁ କରିବା ଆମେ ପଣ | 

ଗଛ ବଞ୍ଚେଇ ସହିଦ ହେବା ପତେଇ ଦେବା ଛାତି |(2)


ପଶୁ ସହିତ ମିଶିଲେ ପକ୍ଷୀ ସଭିଏଁ ହେଲେ ଠୁଳ,

ତାଙ୍କ ରାବରେ ବଣ ଜଙ୍ଗଲ ହୋଇଲା ଟଳମଳ |

ମଣିଷ ଯାଇ କହିଲା ଭାଇ ! ତୁମେ ହିଁ ଗଲ ଜିତି | 

ବଣ ରାଇଜେ ସଭା ବସିଲା ସିଂହ ତା' ସଭାପତି,

ବାଘ ବସିଲା ଡାହାଣ ପଟେ ବାମ ପାଖରେ ହାତୀ | (3)



Rate this content
Log in