Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Children Stories Inspirational

3  

KRUTIBAS NAYAK

Children Stories Inspirational

କବିତା-୯୫

କବିତା-୯୫

1 min
200



ଆମ ବାଡ଼ିରେ କାକୁଡ଼ି ଫଳେ ଜହ୍ନି କାଙ୍କଡ଼ କଲରା,

କଖାରୁ ଲାଉ ଚାଳରେ ମାଡ଼େ ମଞ୍ଚାରେ ମାଡ଼େ ସଲରା |

 (ଘୋଷା)

ଦିନେ ସକାଳୁ କଷି କାକୁଡ଼ି ମୁହଁକୁ ମୋଡ଼ି କହିଲା,

ପିତା କଲରା ଅସୁନ୍ଦରୀଟା ମରଣ କିଆଁ ନୋହିଲା ?

କାଟି ଧୋଇଲେ ଛାଡ଼େନା ପିତା ଅଲାଜୁକୀ ତୁ ଅଜରା |

ଆମ ବାଡ଼ିରେ କାକୁଡ଼ି ଫଳେ ଜହ୍ନି କାଙ୍କଡ଼ କଲରା,

କଖାରୁ ଲାଉ ଚାଳରେ ମାଡ଼େ ମଞ୍ଚାରେ ମାଡ଼େ ସଲରା |(1) 


କାକୁଡ଼ି କଥା ଶୁଣି କଲରା କହିଲା ଟେକି ମଥାକୁ,

ପାଟିକୁ ପିତା ଦେହକୁ ହିତ ମନେରଖ ଏ' କଥାକୁ |

ପିତା ଗୁଣରେ ସରି ହେବ କି ଅନ୍ୟ ପରିବା ପସରା |(2)


ଫଳ ନୁହଁ କି ପରିବା ନୁହଁ ଦେଖାଉ କେତେ ଚାତର,

ବଜାର ଯାଇ ଦେଖି ଆସିବୁ ମୋହର କେତେ ଖାତର |

ସଭିଏଁ ନିଜ ଗୁଣରେ ଗୁଣୀ କାହିଁକି କରୁ ଝଗଡ଼ା |

ଆମ ବାଡ଼ିରେ କାକୁଡ଼ି ଫଳେ ଜହ୍ନି କାଙ୍କଡ଼ କଲରା,

କଖାରୁ ଲାଉ ଚାଳରେ ମାଡ଼େ ମଞ୍ଚାରେ ମାଡ଼େ ସଲରା | (3)

(ସଲରା-ଛଞ୍ଚିଣା) 



Rate this content
Log in