କବିତା - ୩
କବିତା - ୩
1 min
354
ମନର ଗହନ ବନରୁ
ମମତା ସହ ବାହାରିଲା କବିତା
ଓଠ, ଆଖି ଛାତିରୁ ଝରାଉଥିଲା
ପ୍ରେମ,କରୁଣା ,ଅମୃତର ବୁନ୍ଦା,
କୋଇଲିଲୋ ଖଣ୍ଡଖିର ଦେବି ମୁଁ କାହାକୁ
ଖାଇବାର ପୁତ୍ର ଗଲା ମଥୁରା ପୁରକୁ
ବାହୁଡି ନଇଲା ।
ବାତ୍ସଲ୍ୟ ମମତା, ରାତି ଅନିଦ୍ରା, ଟୁଆଁଟୁଇଁ କଥା
ଥନଚିପି ଅମୃତ ଝରାଇ ପିଆଉଥିବା ମାତା,
ଅକ୍ଷମଣୀୟ ଅପରାଧରୁ ବି ମୁକୁଳାଇ,
କ୍ଷମା କରି ଦେଉଥିବା ପିତା,
ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପୀ ଗରୀୟସି ଭଳି
ହଜି ଯାଉଥିବା କଥା ଓ ନଥା
ହଁ ଏ ହିଁ କବିତା ।
ପ୍ରତିମା ଦାସ
