STORYMIRROR

Niranjan Sahu

Others

3  

Niranjan Sahu

Others

କବିତ୍ୱ ସାର୍ଥକ ଲଭିବ

କବିତ୍ୱ ସାର୍ଥକ ଲଭିବ

1 min
108


ଲେଖିବା,ପଢିବା, ଶୁଣିବା,

ଜଣେ କବିଙ୍କର ଧର୍ମ ଅଟେ

ଏ ତିନି ଗୁଣ ଯା ପାଖେ ନାହିଁ

ସିଏ କବି ନୁହେଁ ମୋଟେ ।


ଲେଖିଦେଲେ ଖାଲି କବି ନୁହେଁ ସିଏ

ଯଦି ଲେଖା ପଢୁନାହିଁ

ପଢ଼ିଦେଲେ ସିଏ କବି ନୁହେଁ କେବେ

ଯଦି ଲେଖା ଶୁଣୁ ନାହିଁ ।


ପଢିଲେ ଶୁଣିଲେ ଜ୍ଞାନ ବଢିବ

ଲେଖିବା ସହଜ ହେବ

ଭଲ କବିଟିଏ ନିଶ୍ଚିତ ହେବ

ଯୁଗେ ଯୁଗେ ପୁଜା ପାଇବ ।


ଅନ୍ୟର ଲେଖାକୁ ସମ୍ମାନ ଦେଲେ

କବିର ମହତ୍ବ ରହିବ

କବିଟିଏ ଯଦି ଏତିକି କରିଲା

କବିତ୍ୱ ସାର୍ଥକ ଲଭିବ ।


Rate this content
Log in