କବିର ଲେଖନୀ
କବିର ଲେଖନୀ
କବି ତୁମ ଲେଖନୀ ରେ
ଲେଖେ ପ୍ରକୃତିର ଲୀଳା,
ସେହି ଲେଖନୀ ମୁନରେ ଲେଖେ
ଯେତେ ଦୁର୍ନୀତିର ମାଳା ।।
ଅତୀତରୁ କିଛି କିଛି
ବାସ୍ତବରୁ କିଛି ,
ଶିଶୁ ପାଇଁ ମାତୃ ଶବ୍ଦ
ଲେଖେ ପିତୃ ପାଇଁ କିଛି ।।
କବି ତୁମ କବିତାରେ
ଇତିହାସ ବାର୍ତ୍ତା,
କେବେ ପୁଣି ଲେଖିଦିଅ
ତୁମ ମନ ଭାଷା ।।
କେବେ ଲେଖ ବାସ୍ତବତା
ନେତାଙ୍କର ଗାଥା ,
କେବେ ପୁଣି ଲେଖି ବସ
ସଚେତନ ବାର୍ତ୍ତା ।।
କବି ତୁମ କବିତାରେ
ବର୍ଣ୍ଣିତ ବନ୍ଧୁତା ,
କେବେ ପୁଣି ବର୍ଣ୍ଣନାରେ
ପ୍ରେମର ୟେ ଧୋକା ।।
କବି ତୁମେ ଚିତ୍ରକାର
ତୁମ କଲମ ଯେ ତୁଳି ,
କବି ତୁମ ମହାନତା
ସୁବର୍ଣ୍ଣନେ,
ଲେଖନୀ ର କାଳି ।।
କବି ତୁମେ ଚିତ୍ରକାର
ସୁବର୍ଣ୍ଣେ ଲେଖନୀ ର କାଳି ,
ଲେଖନୀ ର କାଳି ।।