କବିର କବିତା
କବିର କବିତା
ବିରହ ବେଦନା ସମ୍ପର୍କ ର ଗୀତି
ଯଦି କବିତା ସାଜିଲା ଖାଲି
ବିଦଗ୍ଧ ମନର ପାଠକୀୟ ମତି
ହେଲା ମନ ମୋର ଚୋରାବାଲି ।
କବିକୁ ଚିନ୍ହିବ ଶବ୍ଦ ଚାତୁରୀରୁ
ରାତି ଚିନ୍ହା ହୁଏ ଚାନ୍ଦ ଜୋନ୍ନାରୁ
ଦୋଳ ବିମାନରେ ଦେଖି ଯୁଗଳ ମୂର୍ତ୍ତି
ଯେମିତି ଲଭେ ଏ ମାନବ ସର୍ବ ପାପରୁ ମୁକ୍ତି
କାଲମକ୍ରାନ୍ତିରେ ରଖନା ବିଭ୍ରାନ୍ତି
ମନରେ ଆସୁ ପ୍ରସନ୍ନ ପ୍ରଶାନ୍ତି
ପାଠକୀୟ ମତ ପାଠକୀୟ ସତ୍ୟ
ଉପସ୍ଥାପନାରେ ନଥାଉ ବିଭ୍ରାନ୍ତି ।
ଦୁଃଖରେ ଶୋକ ସତ୍ୟରେ ଝୁଙ୍କ
ଗୌରବ ଲେଖନୀ ସଶକ୍ତି
ନେପଥ୍ୟ ନାୟକ ସେ କବି ମାଣିକ୍ୟ
କବିତାରେ ଯାର ନଥାଏ ବିସ୍ମୃତି
କବିଟିଏ ପରା ପଥର ପାଥେୟ
ବାର୍ତ୍ତା ପ୍ରଚାରକ ରଖେ ସଂହତି
କବିତା ତାହାର ନହେଉ ସ୍ମୃତି କି ଇତି ।
