STORYMIRROR

PURNA CHANDRA PANDA Purna

Others

4  

PURNA CHANDRA PANDA Purna

Others

କବିଙ୍କ କବିତା ଶିଳ୍ପ

କବିଙ୍କ କବିତା ଶିଳ୍ପ

1 min
406

କାବ୍ୟଶିଳ୍ପ ଗତ ସୌନ୍ଦର୍ଯ୍ୟ ଦେଖିବ

ଭାଷାଶିଳ୍ପ ଯାଦୁ ଭରା

ସୁଭଦ୍ରାହରଣ କରିଲେ ପଠନ

ଜାଣିବା ସତେକି ତୋରା ll


ତାଙ୍କ କବିତାର ପ୍ରକୃତ ସ୍ଵାକ୍ଷର

ଗୀତି କବିତାରୁ ମିଳେ

ବହୁତ ଭଜନ ଜଣାଣ କୀର୍ତ୍ତନ

ମହାଶୟ ଲେଖିଥିଲେ ll


ଆର୍ତ୍ତତ୍ରାଣ ଚଉତିଶା' ଲୋକପ୍ରିୟ

ଅନନ୍ୟ ସିଦ୍ଧି ପାଇଛି

ରସବିନୋଦ' ବି ଅନେକ ସୁନ୍ଦର

ଯେ' ପଢ଼ିଛି ସେ' ଜାଣିଛି ll


ଦୀନକୃଷ୍ଣ ଦାସ ସହିତ୍ୟ ସମୀକ୍ଷା

ବହୁବାର ହୋଇଅଛି

ପଦ୍ମଶ୍ରୀ ଆର୍ତ୍ତବଲ୍ଳଭ ମହାନ୍ତି ଯେ

ଲେଖିଛନ୍ତି କିଛି କିଛି ll


ଅନେକ ଦିଗରୁ ଓଡ଼ିଆ ସହିତ୍ୟ

କରିଛନ୍ତି ରୁଦ୍ଧିମନ୍ତ

ତେଣୁ କୁହାଯାଏ ଅଟନ୍ତି ସେଇ ତ

ସାହିତ୍ୟର ସେ' ସାମନ୍ତ ll


ତାଙ୍କ କ୍ଷୁଦ୍ର କ୍ଷୁଦ୍ର ଚୌପଦୀ ମାନ

ରାଧାକୃଷ୍ଣଙ୍କର ପ୍ରେମ

ପଦ ଲଳିତ୍ୟର ପୂଣ୍ୟ ସମାହାର

ରହିଛି ଉତ୍କଳ ଧାମ ll


କବିସୂର୍ଯ୍ୟ ବଳଦେବ କହିଛନ୍ତି

ଓଡ଼ିଆ କାବ୍ୟ ବିନ୍ଧାଣୀ

କିଶୋର ଚନ୍ଦ୍ରlନନ' ଚମ୍ପୁର ଜନମ

ପରିପୁଷ୍ଟର ସାରଣୀ ll


ଦୀନବନ୍ଧୁ ପରି ଜଣେ ତ ସାମନ୍ତ

ନାହିଁ ନାହିଁତ ରେ ଭାଇ

ଏହି ପଦ ଗୋଟି ଶିହରଣ ଆଣେ

ଯଦି କିଏ ଦିଏ ଗାଇ ll


ମନ୍ଦ ମନ୍ଦ ଭାଷା ଘନ ସାହିତ୍ୟର

ଆଦି ସ୍ରଷ୍ଟା ସିଏ ଥିଲେ

ଆଜି ତାଙ୍କ ପ୍ରତି ଶ୍ରଦ୍ଧା ବଳି ପଡେ

ତାଙ୍କ କାବ୍ୟ ପଢ଼ିଦେଲେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍