STORYMIRROR

Suresh chandra Padhy

Others

3  

Suresh chandra Padhy

Others

କବି ଟିଏ ହେବି

କବି ଟିଏ ହେବି

1 min
230


କବି ଟିଏ ହେବି ଭାଇ କବି ଟିଏ ହେବି

ସମାଜର ହିତ ପାଇଁ ସର୍ବଦା କାମ କରୁଥିବି

କବିତା ନୀତି କାଗଜରେ ଲେଖୁଥିବି

ଭାବନାରେ ବୁଡିବି କେତେ କଥା ଲେଖିବି

ସୁଖ ଦୁଃଖ ଯାହା ଅନୁଭବ କରିବି

ମନର କଥା କୁ ନୀତି ଲେଖୁ ଥିବି

ସବୁ ସମୟକୁ ଦେଖିବି 

ସବୁ ପରିସ୍ଥିତିକୁ ବୁଝିବି

ଦୁଃଖି ର ମନ ଜାଣି ଲେଖିବି

ଯାହା ଲେଖିବି ନିଜେ କରି ଦେଖାଇବି

କେତେ ରାତି ଉଜାଗର ହେବି

କେତେ ନିଦ ଅଧାରୁ ଭାଙ୍ଗିବି

କେତେ କାଗଜ ଚିରିବି

ନିଜ ଲେଖାରେ ନିଜେ ତୃପ୍ତି ଲଭିବି

ସମାଜ ର ହିତ ପାଇଁ ସାହିତ୍ୟ ଲେଖିବି

କଠିନ ପରିଶ୍ରମ କରି ସାରସ୍ୱତ ସାଧକ ହେବି

ନିଜ ମାତୃଭାଷାର ମାନ ବଢ଼ାଇବି

କବି ଟିଏ ହୋଇ ଭାଷା ପ୍ରେମୀ ହେବି

ନିଜ ଲେଖା ରେ ମୁହିଁ ଅମର ହୋଇବି

କାଳ ଜୟୀ ଲେଖା କୁ ସାହିତ୍ୟରେ ସ୍ଥାନ ଦେବି

ସବୁ ସାହିତ୍ୟିକ ଙ୍କୁ ସମ୍ମାନ ଦେଉଥିବି

 ଜୀବନ ପଥେ ସାହିତ୍ୟ କୁ ଧରି କବି ଟିଏ ହେବି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍