କବି ଓ ଉପାଧି
କବି ଓ ଉପାଧି
ଅମାନିଆ ସେତ କବିର ଭାବନା
ବାଡ ବତା ବାଧା ବନ୍ଧନ ମାନେନା ।
ମନର ଭାବନା ଶବଦରେ ଛନ୍ଦି
କବିତା ରଚନା କରେ ଫାନ୍ଦିଫୁନ୍ଦି ।
ଛନ୍ଦ ଅଳଙ୍କାରେ ସଜାଇ ତାହାକୁ
ପରିପୁଷ୍ଟ କରି ଥାଏ ସାହିତ୍ୟକୁ ।
ଉପାଧି ପାଇଁ ତା ନଥାଏ ଖାତିରି
ଭାବନାକୁ ଦିଏ କଲମେ ଉତ୍ତାରି ।
ଜାଣି ନଥାଏ ସେ ଲେଖାଟି ତାହାରି
ଲଭିବ କେବେ ମାନ୍ୟତା ଅଧିକାରୀ ।
ଲେଖାରେ ଦମ ଯେବେ ତାର ଥିବ
ଆଦର ଜନମାନସରେ ପାଇବ ।
ଲେଖା ତାର ପଢି ଉପକୃତ ହେଲେ
ପାଠକ ବିଚାରେ ଉପାଧି ତା'ତୁଲେ ।
ମାନପତ୍ର ଊପାଧିରେ କାର୍ଯ୍ୟ ନାହିଁ
ପାଠକ ହୃଦୟ ନପାରିଲେ ଛୁଇଁ ।
ସମାଜେ ଆଦର ଲଭିଲେ କବିତା
ପ୍ରକୃତ କବି ବୋଲି ତାକୁ ଜାଣିଥା।
ଆଦୃତ ତାହାର କବିତା ହୋଇଲେ
ଶ୍ରେଷ୍ଠ ଉପାଧିତା ଇତିହାସ ବୋଲେ ।