STORYMIRROR

Sunanda Mohanty

Others

3  

Sunanda Mohanty

Others

କବି ଓ ପ୍ରେମ

କବି ଓ ପ୍ରେମ

1 min
120

କବି ପ୍ରେମିକଟେ ସର୍ବାଗେ

ଶବ୍ଦ ଓ ଭାବର ଆବେଗେ

ଦ୍ୱିତୀୟ ଇଶ୍ଵର ଯୁଗେ ଯୁଗେ

ପ୍ରେମ ରାସ୍ତାର ଆଗେ ଆଗେ

ପ୍ରକୃତିକୁ ଭଲପାଇ ସରାଗେ

ଧାର୍ମିକ ଲାଗେ କେବେ କେବେ

ନାସ୍ତିକ କି ଆସ୍ତିକ ଭାବୁକ ପରାଗେ

ଶଦ୍ଦ ମାଳା ଗୁନ୍ଥା ସଦା ପ୍ରେମାସ୍ପଦେ

କବି ଭାବୁକ ପ୍ରେମିକ କହନ୍ତି ସରବେ

କବିର ଶବ୍ଦ ସବୁ ପ୍ରେମିକାର ରୁପରଙ୍ଗେ

ସାଜିଥାଏ ପଂକ୍ତି ପ୍ରେମ ପ୍ରିତୀ ଅବ୍ଦେ

ସାତସ୍ୱର ସାତରଙ୍ଗ ଯାଦୁ ପରାଭବେ

କବିତା ଲେଖେ କବି ପ୍ରେମ ପାଖୁଡ଼ା ଛନ୍ଦେ

ଗତକାଲି ଆଜି ଆସନ୍ତାକାଲି ନିଶବ୍ଦେ

ପ୍ରେମ ମଞ୍ଜି ବୁଣି ଚାଲିଥାଏ ଫର୍ଦ୍ଦେ ଫର୍ଦ୍ଦେ

ହୃଦୟ ଓ ମନତଳେ ନିଃଶଦ୍ଦେ ନୀରବେ

ଭରା ପ୍ରେମ ମତୁଆଲା ପିଆଲା ଆବେଗେ

ନିଶାସକ୍ତ ଶବ୍ଦପ୍ରେମୀ ବୁଝେ କିଏ କେବେ

ଚେତନା ଓ ଚୈତନରେ ପ୍ରେମର ଉଦ୍ଭବେ

ଲେଖୁଥାଏ ପଦ  ତାଳ ଲୟ ଛନ୍ଦେ

ମିଠା ମିଠା ଲାଗେ ମଳୟ ମହୁଲି ଗନ୍ଧେ

ପଢ଼େ ଯିଏ ଲାଗେ ନୂଆ ପ୍ରେମରାଗେ

ପ୍ରେମିକ ବା ପ୍ରେମିକାକୁ ଚିଠିଟେ ଭାବେ

କାବ୍ୟନାୟିକା ଓ ନାୟକଙ୍କୁ କବି ଶବ୍ଦେ

ପ୍ରେମ ମୃଦୁ ମଳୟରେ ଛନ୍ଦେ ବାନ୍ଧେ ମନ୍ଦେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍